Home ଜିଲ୍ଲା ପରିକ୍ରମା ସହୀଦନଗରରେ ପୁରୁଣା ମେଡିକାଲ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା

ସହୀଦନଗରରେ ପୁରୁଣା ମେଡିକାଲ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା

25

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ୍‌ସ୍ଥିତ କଟସାହି ପଂଚାୟତର ସହୀଦନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଘର ଭାଙ୍ଗିବାକୁ ନେଇ ଆଜି ମୃଦ୍ୟୁ ଉତ୍ତେଜନା ଓ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ସହୀଦନଗରରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଏବଂ ଉତ୍ତେଜନା ପ୍ରକାଶ ପାଇବା ଭଳି ଘଟଣା ଦେଖିବାକୁ ମିଳିଛି। ତେବେ ଧୁଷୁରୀ ପୁଲିସ୍ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା। ପ୍ରକାଶ ଥାଉକି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଧାମନଗର ବ୍ଲକ୍‌ର ସହୀଦନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ର ଗୃହ ନିର୍ମାଣ ପାଇଁ ୫୫ ଲକ୍ଷ ୮ ହଜାର ଟଙ୍କା ମଂଜୁର ହୋଇଛି। ଧାମନଗର ପଂଚାୟତ ସମିତି ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ସରିଥିବାବେଳେ ବିପଦ ସଂକୁଳ ଘୋଷିତ ହୋଇଥିବା ପୁରୁଣା ଡାକ୍ତରଖାନା ଘରଭାଙ୍ଗି ସେଠାରେ ନୂତନ ଗୃହ କରିବାକୁ ଆଜି ସକାଳେ କାମ ଆରମ୍ଭ ହୋଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ସ୍ଥାନୀୟ କେତେକ ବ୍ୟକ୍ତି ମେଡିକାଲ ନିକଟରେ ପହଞ୍ôଚ କାହିଁକି କୌଣସି ଆଲୋଚନା କରାନଯାଇ ପୁରୁଣା ବିଲ୍‌ଡିଂ ଭଙ୍ଗାଯାଉଛି ବୋଲି ପ୍ରତିବାଦ କରି କାମ ବନ୍ଦ କରିବାକୁ ଅଡି ବସିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ମୂଳକ ସ୍ଥିତି ଦେଖା ଦେଇଥିଲା। ଦୁଇଗୋଷ୍ଠୀ ଏକ ପ୍ରକାର ମୁହାମୁହିଁ ହୋଇଯିବାରୁ ଘର ଭାଙ୍ଗିବା କାମ ବନ୍ଦ ରହିଥିଲା। ଖବର ପାଇ ଧୁଷୁରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଉଭୟପକ୍ଷଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ବିନା ସୂଚନା ଫଳକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାନଯାଇ ଏପରି ବୃହତ୍ତର କାର୍ଯ୍ୟକୁ ମନମୁଖୀ କରାଯିବା ଠିକ୍ ନୁହେଁ ବୋଲି ପୂର୍ବତନ ସରପଞ୍ଚ ଗୟାଧର ନାୟକ ପ୍ରକାଶ କରିଥିଲେ। ଅପରପକ୍ଷେ ପୁରୁଣା ଘରଭଙ୍ଗା ଯିବାପରେ ଜାଗାଟି ସମତୁଲ କରାଯିବା ପରେ ସମସ୍ତଙ୍କ ପରାମର୍ଶ କ୍ରମେ କାମ କରାଯିବ ଏବଂ ସମସ୍ତଙ୍କ ସହଯୋଗ ରହିବା ଦରକାରବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.