Home ଜିଲ୍ଲା ପରିକ୍ରମା ଓଜେଏସରେ ୨୯ ତମ ସ୍ଥାନ, ଭଦ୍ରକ ପାଇଁ ଗର୍ବ ଆଣିଲେ ସ୍ୱଦେଶ

ଓଜେଏସରେ ୨୯ ତମ ସ୍ଥାନ, ଭଦ୍ରକ ପାଇଁ ଗର୍ବ ଆଣିଲେ ସ୍ୱଦେଶ

17

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ପାଇଁ ଗର୍ବ ଆଣିଛନ୍ତି ସ୍ୱଦେଶ ତ୍ରିପାଠୀ। ସିପିଏସସି କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ବିଚାର ବିଭାଗ ପରୀକ୍ଷାରେ ସ୍ୱଦେଶ ୨୯ତମ ସ୍ଥାନ ଅଧିକାର କରିଛନ୍ତି। ସେ କନିଷ୍ଠ ଦେୱାନୀ ଜଜ୍ ଭାବେ ନିଯୁକ୍ତି ପାଇ ବିଚାର ବିଭାଗୀୟ ଅଧିକାରୀ ହେବେ। ସ୍ୱଦେଶ ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ସୁବୋଧ ତ୍ରିପାଠୀ ଓ ମାତା ସୁଷମା ତ୍ରିପାଠୀଙ୍କ ଦ୍ୱିତୀୟ ପୁତ୍ର। ୧୯୯୮ ମସିହାରେ ଜନ୍ମିତ ସ୍ୱଦେଶ ପୌରାଞ୍ଚଳର ଅପର୍ତ୍ତିବିନ୍ଧାସ୍ଥିତ ସତ୍ୟସାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭଦ୍ରକ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଭଦ୍ରକ ମହାବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସେହି ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ କଟକସ୍ଥିତ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ଆଇନ୍‌ରେ ଡିଗ୍ରୀ ହାସଲ କରିବା ପରେ ପ୍ରଥମ ପ୍ରଚେଷ୍ଟାରେ ବିଚାର ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ପୈତୃକ ଘର ଭଣ୍ଡାରିପୋଖରୀର ବ୍ଲକ୍ ବାଲିପୋଖରୀ ହୋଇଥିବାବେଳେ ଏବେ ସେ ନିଜ ବାପା, ମା’ଙ୍କ ସହ ବଙ୍କସାହିରେ ଅବସ୍ଥାନ କରୁଛନ୍ତି। ସ୍ୱଦେଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.