Home ଜିଲ୍ଲା ପରିକ୍ରମା ସହିଦ ଯବାନ ରମେଶ ହାଲଓ୍ୟା ଙ୍କୁ ଶ୍ରଦ୍ଧାଜଂଳୀ

ସହିଦ ଯବାନ ରମେଶ ହାଲଓ୍ୟା ଙ୍କୁ ଶ୍ରଦ୍ଧାଜଂଳୀ

37

ମାଲକାନଗିରି,୩୧ା୧୦ (ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସଦର ମହକୁମା ସ୍ଥ ସରାକରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମପାଳନ କରି ସହିଦ ଯବାନ ରମେଶ ହାଲଓ୍ୟାଙ୍କୁ ଆଜି ତାଙ୍କର ଏକାଦଶତମ ଶହୀଦ ଦିବସ ଅବସରେ ଶ୍ରଦ୍ଦାଜଂଳୀ ଜ୍ଞାପନ କରାଯାଇଛି । ଏହି ଶ୍ରଦ୍ଧାଜଂଳୀ ସଭାରେ ମୁଖ୍ୟଅତିଥି ଭାବେ ୨୦୨ କୋବ୍ରା ରେଜିମେଟଂ ଆସିଷ୍ଟାଣ୍ଡ କାମେଣ୍ଡେଟଂ ସୁନିଲ କୁମାର ସହିଦ ଯବାନ ରମେଶହାଲଓ୍ୟାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଠାରେ ରହୁଥିବା ରମେଶ ହାଲଓ୍ୟା ମାଲାକନଗିରି ସରକାରି ଉଚ୍ଚବିଦ୍ୟାଳୟରେ ଅଧ୍ୟୟନକରିଥିଲେ । ପରେ ସେ ସିଆରପିଏଫ ବାଟାଲିୟନ ରେ ଯୋଗଦେଇ ଜାମୁକାଶ୍ମିରରେ ଥିଲେ । ଗତ ୨୦୦୯ ମସିହା ଅକ୍ଟୋବର ମାସ ୨୯ତାରିଖରେ ଜାମୁକାଶ୍ମିର ଠାରେ ଆତଙ୍କବାଦିଙ୍କ ଆକ୍ରମଣରେ ସେ ସହିଦ ହୋଇଥିଲେ । ଆଜି ସହିଦ ଙ୍କୁ ସଲାମ କାର୍ଯ୍ୟକ୍ରମରେ କୋବ୍ରାବେଟାଲିୟନ ସବଇନିସପେକ୍ଟର ସନ୍ଦିପ ଶର୍ମା,ଅମଲକୋଲପେ,ବିଦ୍ୟାଳୟ ପ୍ରଧାନଶିକ୍ଷକ ନନିଗୋପାଳ ଦାସ,ନିରଜଂନପଣ୍ଡା,ସାମ୍ବାଦିକ ରତ୍ନାକରଦାଶ,ଦୁର୍ଯ୍ୟଧନପାତ୍ର, କେଶବ ନାୟକ,ନିତ୍ୟାନନ୍ଦପଣ୍ଡା,ଦୁର୍ଗାମାଧବ ପାଢି,ଖଗେଶ୍ୱର ମୁଦୁଲି, ତ୍ରିଲୋଚନ ମହାପାତ୍ର,ଧନଜଂୟ ମୁର୍ମୁ,କୃଷ୍ଣ ପ୍ରସାଦ,ଦିନେଶ ହାଲଓ୍ୟା,ସୁରେଶ ହାଲଓ୍ୟା ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଜଂଳୀ ଜଣା ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସହିଦ ରମେଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇମିନିଟ ନିରବପ୍ରାର୍ଥନା କରିଥିଲେ । ସହିଦ ରମେଶଙ୍କ ପରିବାରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡେଟଂ ସୁନିଲକୁମାର ଓ ଅନ୍ୟାନ ସିଆରପିଏଫ କୋବ୍ରାବାଟେଲିୟନ ର ଅଧିକାରୀ ମାନେ ଭେଟି ସମବେଦନା ଜଣାଇବା ସହ ସେମାନଙ୍କୁ ଉପଢୌକନଦେଇ ସମ୍ମାନିତ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.