Home ଜିଲ୍ଲା ପରିକ୍ରମା କରୋନା କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପାଳିତହେଲା ମା ଗଜଲକ୍ଷ୍‌ମୀ ଙ୍କ ପୂଜା

କରୋନା କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପାଳିତହେଲା ମା ଗଜଲକ୍ଷ୍‌ମୀ ଙ୍କ ପୂଜା

29

ମାଲକାନଗିରି,୩୧ା୧୦(ଓଡିଆ ପୁଅ ) କରୋନା କଟକଣା ମଧ୍ୟରେ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଆଜିଠାରୁ ମା ଗଜଲକ୍ଷ୍‌ମୀଙ୍ଗକ ପୂଜା ନିରାଆଡମ୍ବର ସହକାରେ ଆରମ୍ଭ ହୋଇ ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମା ଗଜଲକ୍ଷ୍‌ମୀ ପୂଜାକମିଟି ପକ୍ଷରୁ ଆଜି ସକାଳେ ୧୧୯ କଲୋନି ସ୍ଥ ବନ୍ଧରୁ କଳସବୁଡାଇ ଅଳ୍ପସଂଖ୍ୟକ ମହିଳାମାନେ ସୋଭା ଯାତ୍ରାରେ ପୂଜାମଣ୍ଡପନିକଟକୁ ଆଣିଥିଲେ । ପୂଜାକମିଟିର ରବି ରାଜେସକୁମାର ସମସ୍ଥ କଳସ ଧାରୀ ମହିଳା ମାନଙ୍କ ପାଦଧୋଇଦେଇ ପୂଜା ମଣ୍ଡପ ନିକଟକୁ ପାଛୋଟିନେଇଥିଲେ । ବିଧିମୁତାବକ ପଣ୍ଡିତ ରତ୍ନାକର ପାଢୀ ମା ଗଜଲ କ୍ଷ୍‌ମୀଙ୍କୁ ଆବାହନକରି ପୂଜାକରିଥିଲେ । ଠିକ ସେହିପରି ଗନ୍ଧିପାଲ୍ଲୀ ଗ୍ରାମରେ ଦୁରୁଆସଂପ୍ରଦାୟର ଯୁବକ ମାନଙ୍କ ଦ୍ୱାରା ଓ ପୁରୁଣା ପୋଷ୍ଟଅଫିସ ଲାଇନ ଠାରେ ମଧ୍ୟ ମା ଗଜଲକ୍ଷମୀ ଙ୍କ ପୂଜା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.