Home ଜିଲ୍ଲା ପରିକ୍ରମା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ଶୋଭାଯାତ୍ରା

41

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମ୍ମୁ କାଶ୍ମିରର ପୁଞ୍ଚ ଠାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ସହିଦ ହୋଇଥିବା ଦେବାଶିଶ ବିଶ୍ୱାଳଙ୍କ ସମେତ ଅନ୍ୟ ୪ଜଣ ଜବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକ ଗରଦପୁରସ୍ଥିତ ମା’ ସୁବର୍ଣ୍ଣମୁଖୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ମନୋରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଡାକ୍ତର କିରଣ କୁମାର ଗୁଇଁ, ଗବେଷକ ଶିଶିର ମହାପାତ୍ର, ବ୍ୟଙ୍ଗ କବି ବିଜୟ ବହଳୀ, ବୁଢ଼ା ଗଣେଶ କମିଟିର ବିଦ୍ୟାଧର ସାହୁ, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ସୁଧାଂଶୁ ଶେଖର ମହାନ୍ତି, କବି କୈଳାସ ଦାସ, ବାବୁଲା ଦାସ, ରାମ ପ୍ରସାଦ ମହାନ୍ତି, ଶିକ୍ଷାବିତ୍ ଅଶୋକ ସାହୁ, ଅମୂଲ୍ୟ ପାଢ଼ୀ, ରବି ନାରାୟଣ ଜେନା, ରାମଚନ୍ଦ୍ର କର, ହୃଶିକେଶ ମହାନ୍ତି, ସୁବାଷ ଦାସ, ମଧୁସୂଦନ ତ୍ରିପାଠୀ, ଘାଉଲା ଦାସ, ଅଭୟ ହୋତା, ଅଶୋକ ଦାସ, ତନ୍ମୟ ସାହୁ, ଶିକ୍ଷାବିତ୍ ଦିନବନ୍ଧୁ ସେଠୀ, ରଂଜନ କୁମାର ମହାନ୍ତି, ସଂଜୁ ହୋତା, ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ସହିଦ ବୀର ଜବାନଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ବଳିଦାନ ବୃଥା ଯିବ ନାହିଁ ବୋଲି କହିଥିଲେ । ସଂଧ୍ୟା ସମୟରେ ଗରଦପୁର ସଙ୍ଗତ, ବାଙ୍କାବଜାର ଓ ପୁରୁଣାବଜାରବାସୀଙ୍କ ମିଳିତ ସହଯୋଗରେ ସହିଦ ଦେବାଶିଶ ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିଶାଳ ମହମବତୀ ଶୋଭାଯାତ୍ରା ଗରଦପୁରସ୍ଥିତ ହନୁମାନ ବନ୍ଦିର ଠାରୁ ଆରମ୍ଭ ହୋଇ ସଙ୍ଗତ, ବାଙ୍କାବଜାର, ପୁରୁଣାବଜାର ଓ ସଦାବ୍ରତ ମଠ ଅତିକ୍ରମ କରି ଗରଦପୁରସ୍ଥିତ ମା’ ସୁବର୍ଣ୍ଣମୁଖୀ ମନ୍ଦିର ଠାରେ ଶେଷ ହୋଇଥିଲା । ଏଥିରେ ଶତାଧିକ ସ୍ଥାନୀୟ ଯୁବକ ଯୋଗଦେଇ ଅମର ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.