Home ଜିଲ୍ଲା ପରିକ୍ରମା ପଞ୍ଜାବରୁ ବିନା ପାରିଶ୍ରମିକରେ ଫେରିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ପଞ୍ଜାବରୁ ବିନା ପାରିଶ୍ରମିକରେ ଫେରିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

33

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବାଉଦପୁର ଗ୍ରାମର ଅଧିବାସୀ ନିନି ମୁଣ୍ଡା, କାନା ମୁଣ୍ଡା, ମିନି ମୁଣ୍ଡା ଓରଫ ମାଟୁ ମୁଣ୍ଡାଙ୍କୁ ଗ୍ରାମ ଗ୍ରାମର ଆରତୀ ନାୟକ ଓ ତାଙ୍କ ସ୍ୱାମୀ ଦୁଇଜଣ ସେମାନଙ୍କୁ ଟ୍ରେନ୍ ଯୋଗେ ପଞ୍ଜାବ ନେଇ ସେଠାରେ ଏକ ଠିକାଦାରଙ୍କ କାଠ କାରଖାନାରେ କାର୍ଯ୍ୟରେ ଲଗାଇଥିଲେ । ଠିକାଦାର ସେଠାରେ ସେମାନଙ୍କୁ ସଠିକ୍ ଭାବେ ଖାଇବା ପିଇବାକୁ ନଦେଇ କାମ କରାଇଥିଲେ । ଏବଂ ସେମାନେ ମଜୁରୀ ମାଗିବାରୁ ଠିକାଦାର ସେମାନଙ୍କୁ ମଜୁରୀ ନଦେଇ ଓଲଟି ଗାଳିମନ୍ଦ କରି ଧମକ ଚମକ ଦେଇଥିଲେ । ଅସହାୟ ଅବସ୍ଥାରେ ଏହି ଆଦିବାସୀ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଦୁର୍ଦ୍ଦିନରେ ଥାଇ ବହୁକଷ୍ଟରେ ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ôଚ ସ୍ଥାନୀୟ ସିଟୁ ନେତା ଦିବ୍ୟସିଂହ ନାୟକଙ୍କ ନିକଟରେ ପହଞ୍ôଚ ସେମାନଙ୍କର ଦୁଃଖ ଜଣାଇଛନ୍ତି । ଏବଂ ସିଟୁ ନେତା ଶ୍ରୀ ନାୟକ ସେମାନଙ୍କୁ ଥାନାରେ ଏତଲା ଦେବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.