Home ଜିଲ୍ଲା ପରିକ୍ରମା ସହରର ୪ସ୍ଥାନରେ ମହିଳା ପରିଚୟ ଗୃହ ଉଦଘାଟିତ

ସହରର ୪ସ୍ଥାନରେ ମହିଳା ପରିଚୟ ଗୃହ ଉଦଘାଟିତ

52

ବାଲେଶ୍ୱର, ୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପୌରପାଳିକା ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ସଦର ବିଧାୟକ ସ୍ୱରୂପ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ନୂତନ ବ୍ୟାଟେରୀ ଚାଳିତ ଆବର୍ଜନା ସଂଗ୍ରହ ଗାଡ଼ି ଓ ମିନି ସେସପୁଲ ଗାଡ଼ିକୁ ଉଦଘାଟନ କରିଥିଲେ। ମହିଳାମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଶ୍ରୀ ଦାସ ମତପ୍ରକାଶ କରିଥିଲେ। ବାଲେଶ୍ୱର ଉପ-ଜିଲ୍ଲାପାଳ ତଥା ପୌରପାଳିକାର ନିର୍ବାହୀ ଅଧିକାରୀ ଆଶିଷ ଇଶ୍ୱର ପାଟିଲ ଏଥିରେ ଉପସ୍ଥିତ ରହି ବ୍ୟାଟେରୀ ଚାଳିତ ଗାଡିର ଆବଶ୍ୟକତା ଓ ଉପଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପୌରପାଳିକାର ୧୬ ନଂ ୱାର୍ଡରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ‘ପରିଚୟ ଗୃହ’ ନାମରେ କମ୍ୟୁନିଟି ସେଌକ୍ଷଗ୍ଧ;ର ଉଦ୍‌ଘାଟିତ ହୋଇଥିଲା। ବିଧାୟକ ଶ୍ରୀ ଦାସ ଓ ଉପ-ଜିଲ୍ଲାପାଳ ଶ୍ରୀ ପାଟିଲଙ୍କ ଉପସ୍ଥିତିରେ ସ୍ଥାନୀୟ ବରିଷ୍ଠ ନାଗରିକ ମହିଳା ନୂତନ ଗୃହକୁ ଉଦଘାଟନ କରିଥିଲେ। ୨୦୦୦ ବର୍ଗଫୁଟ ପରିମିତ ଅଂଚଳରେ ମହିଳାମାନଙ୍କ ବ୍ୟବହାର ନିମନ୍ତେ ସହରର ୪ଟି ସ୍ଥାନରେ ପରିଚୟ ଗୃହ ସ୍ଥାପନ କରାଯାଇଥିବା ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ। ସ୍ୱୟଂ ସହାୟିକ ଗୋଷ୍ଠୀ ସମେତ ଅନ୍ୟ ମହିଳାମାନେ ମଧ୍ୟ ଯେ କୌଣସି ପ୍ରକାର ବୈଠକ, ସାଂସ୍କୃତିକ ବା ସାମାଜିକ କାର୍ଯ୍ୟକ୍ରମ ଏହି କମ୍ୟୁନିଟି ସେଌକ୍ଷଗ୍ଧ;ରରେ କରିପାରିବେ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ପାଟିଲ ସୂଚନା ଦେଇଥିଲେ। ପୂର୍ବରୁ ଏସଏଚଜି ବୈଠକ ପାଇଁ କୌଣସି ସ୍ଥାୟୀ ଗୃହ ନଥିବା ବେଳେ ଏହି ପରିଚୟ ଗୃହ ମହିଳାମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେମାନେ କହିଥିଲେ। ଯୁବ ସଂଗଠକ ସଞ୍ଜୀବ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସହରର ମୁନିପଦା, ଗୁଡ଼ିପଦା ଓ ଗୋପାଳ ଗାଁ ତଳସାହିରେ ମଧ୍ୟ ଅନରୂପ ପରିଚୟ ଗୃହ ଉଦ୍‌ଘାଟିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.