Home ଜିଲ୍ଲା ପରିକ୍ରମା ଆଇନଜୀବୀଙ୍କ ଅକାଳ ବିୟୋଗରେ ଶୋକ

ଆଇନଜୀବୀଙ୍କ ଅକାଳ ବିୟୋଗରେ ଶୋକ

33

ବାଲେଶ୍ୱର, ୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ଆଇନଜୀବୀ ନାରାୟଣ ନନ୍ଦୀଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଗତ ୨ ତାରିଖ ପୂର୍ବାହ୍ନରେ କଚୋରୀରେ ବସିଥିବା ବେଳେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିବା ଡାକ୍ତରମାନେ ଜଣାଇଥିଲେ। ଗୋଟିଏ ଦିନର ଚିକିତ୍ସାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ୩ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅର୍ଥାତ ୪ ତାରିଖ ରାତି ପ୍ରାୟ ୧୦ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କଟକରୁ ତାଙ୍କର ପ୍ରାର୍ଥିବ ଶରୀର ସହରର ହେମକାପଦା ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶୁକ୍ରବାର ସକାଳେ ଲୋକଗହଳି ହୋଇଥିଲା। ସମାଜସେବୀ ସୁବାସିନୀ ଜେନା, କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ପୂର୍ବତନ ପୌରପାଳ ଆଲୋକ ସାହୁ, ପିଜେପି ନେତା ସୁଜିତ୍‍ଦେବ ବିଜେଡି ନେତା ସୁବ୍ରତ ଦାସ, ଆଇନଜୀବୀ ଅଶୋକ ସେନାପତି ପ୍ରମୁଖଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ନେଇ ବାଲିଘାଟ ଶ୍ମଶାନରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା। ତାଙ୍କର ତିନି ପୁତ୍ର ଥିବା ବେଳେ ଜ୍ୟେଷ୍ଠପୁତ୍ର ମୁଖାଗ୍ନି ଦେଇଥିଲେ। ବୃତ୍ତିରେ ଆଇନଜୀବୀ ହୋଇଥିଲେ ବି ଜଣେ ସଂଗଠକ ଭାବେ ଯୁବଗୋଷ୍ଠୀଙ୍କ ପାଇଁ ସେ ପ୍ରେରଣା ଥିଲେ। ସର୍ବଦା ହସ ହସ ମୁହଁରେ ଲୋକଙ୍କ ଦୁଃଖରେ ଦଃଖୀ ଓ ସୁଖରେ ସୁଖୀ ହୋଇ ଆସୁଥିବା ଜଣେ ଯୁବ ମାନସର ବ୍ୟକ୍ତିତ୍ୱ ଥିଲେ ସେ। ତାଙ୍କର ଅକାକଳ ବିୟୋଗରେ ହେମକାପଦା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.