Home ଓଡ଼ିଶା ସହରରେ ଦୋକାନ ଖୋଲିବା ନେଇ ପ୍ରଶାସନର ନୁଆ ନିୟମ ଲାଗୁ

ସହରରେ ଦୋକାନ ଖୋଲିବା ନେଇ ପ୍ରଶାସନର ନୁଆ ନିୟମ ଲାଗୁ

265

ମାଲକାନଗିରି,୧୦ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ମହାମାରି ଉଗ୍ରରୂପନେଇ ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ଅଚଂଳରେ ବୁହମାତ୍ରାରେ ସ୍ଥାନୀୟ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହୋଇଥିବାରୁ କରୋନା ସଂକ୍ରମଣ ଯେପରି ବ୍ୟାପିବ ନାହିଁ ସେ ନେଇ ଏହି ଦୁଇଟି ଅଚଂଳକୁ ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ଘୋଷଣା କରାଯାଇଛି । ଦୁଇଟି ଯାକ ସହରରେ ଦୋକାନ ବଜାର ଖୋଲିବା ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ନୂଆନିୟମ ଜାରି କରାଯାଇଛି । ଏହି ନିୟମ ଆଜି ଠାରୁ ଲାଗୁକରାଯାଇଛି ,ସହରରେ ଥିବା ସମସ୍ତ ଦୋକାନଗୁଡିକୁ ଏ,ବି,ସି ତିନୋଟି କାଟାଗୋରୀରେ ବିଭକ୍ତ କରିଦିଆଯାଇଛି । ଏହି ସବୁ ଦୋକାନ ସକାଳ ୭ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ,କେବଳ ଔଷଧ ଦୋକାନଗୁଡିକ ସକାଳ୭ଟା ଠାରୁ ଦିନ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।ଦୋକାନି ଓ ଗ୍ରାହକମାନେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବାସହିତ ସାମାଜିକ ଦୂରତା ଅବଲମ୍ବନ କରିବେ । ଜିଲ୍ଲାପ୍ରଶାସନ ର ଏ,ବି, ସି କାଟାଗୋରୀ ଠିକ ଭାବେ ଗଣନା କରାଯାଇ ନଥିବାରୁ ବ୍ୟବସାୟୀ ମହଲରେ ଆଜି ଅସନ୍ତୋଷ ପ୍ରକାଶ ପାଇଥିଲା, ସହରର ଅନେକ ବ୍ୟବସାୟୀ ସୁବଷବୋଷ ଛକ ଠାରେ ରୁଣ୍ଡହୋଇ ଏହି ନିୟମକୁ ପରିବର୍ତନ କରିବା ପାଇଁ ଦାବିକରିଥିଲେ । ଘଟଣାସ୍ଥଳରେ ତହସିଲଦାର ଡ. ଗୁଣନିଧିନାୟକ, ଥାନା ଅଧିକାରୀ ରାମପ୍ରସାଦ ନାଗ ପହଁଚି ବ୍ୟବସାୟୀ ମାନଙ୍କୁ ବହୁତ ବୁଝାବୁଝି କରିବା ପରେ ଗହଳି ଭାଙ୍ଗିଥିଲା । ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି ,ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ । ବିଶେଷ କରି ବୟସ୍କ ବ୍ୟକ୍ତି,ଗର୍ଭବତୀ ମହିଳା,ଶିଶୁ ଆଦ୍ୟୁଘରୁ ବାହରକୁ ନ ବାହାରିବା ପାଇଁ କୁହାଯାଇଛି । ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୯୨୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୫୪୮ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିସାରିଲେଣି । କରୋନା ମହାମାରିପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ ନିୟମକୁ କମାନି ଜିଲ୍ଲାବାସୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.