Home ଓଡ଼ିଶା ଆଜି ୩୮ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୯୨୬ରେ ପହଁଚିଲା,ସୁସ୍ଥହେଲେ ୫୪୮ଜଣ

ଆଜି ୩୮ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୯୨୬ରେ ପହଁଚିଲା,ସୁସ୍ଥହେଲେ ୫୪୮ଜଣ

207

ମାଲକାନଗିରି,୧୦ା୮(ଓଡିଆ ପୁଅ ) କରୋନା ମହାମାରୀ ଦିନକୁ ଦିନ ବ୍ୟପିବାରେ ଲାଗିଛି,ଆଜି ଜିଲ୍ଲାରେ ପୁଣି ୩୮ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୨୪ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବାବେଳେ ୯ଜଣଙ୍କର ରୋଗର ଲକ୍ଷଣଥିଲା, ୩ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ୨ଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୩ ଜଣ,ବାଲିମେଳା ଏନଏସି ଅଚଂଳରେ ୭ ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ ,ମାଲକାନଗିରି ବ୍ଲକଅଚଂଳରୁ ୩ଜଣ,କୋରକୁଣ୍ଡା ବ୍ଲକ ଅଚଂଳରୁ ୨ଜଣ,କାଲିମେଳା ବ୍ଲକ ଅଚଂଳରୁ ୨ଜ,ଚିତ୍ରକୋଣ୍ଡା ବ୍ଲକଅଚଂଳରୁ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲନାଗିରି ପୌରପରିଷଦ ଅଚଂଳରୁ ଚିହ୍ନଟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୯ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୪ଜଣ ପୁବ ର୍ ଲକ୍ଷଣ ଥିଲା, ବାଲିମେଳା ଏନଏସି ଅଚଂଳର ୭ଜଣ ୪ଜଣ ପୁବ ର୍ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଲେ ୩ଜଣ ହାଉସ ସର୍ଭେରୁ ଜଣାପଡିଛି । ଚିତ୍ରକୋଣ୍ଡା ବ୍ଲକରୁ ଚିହ୍ନଟ ୮ଜଣ ସେମାନେ ପୁବ ର୍ ସଂସ୍ପର୍ଷ ଆସିଛନ୍ତି ।ମାଥିଲିବ୍ଲକର ୩ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ବ୍ଲକର ୩ଜଣ ପୁବ ର୍ସଂକ୍ରମଣ ସଂସ୍ପର୍ଷ ସହ ଲକ୍ଷଣ ଥିଲା । କାଲିମେଳା ବ୍ଲକ ଅଚଂଳରୁ ୨ଜଣଙ୍କ ମଧ୍ୟରୁ ଜଣେ ପୁବ ର୍ ସଂରକ୍ରମଣ ଙ୍କ ସଂସ୍ପର୍ଷରେ ଆସିତିବାବେଳେ ଅନ୍ୟଜଣେ ଆନ୍ଦ୍ରପ୍ରଦେଶ ଫେରନ୍ତା ଅଛନ୍ତି । ଆଜିର ସଂକ୍ରମିତ ୩୮ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୬ ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୫୪୮ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୭୬ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩୮ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ଏନଏସି ଅଚଂଳକୁ ପ୍ରତି ଶନିବାର ଓ ରବିବାରକୁ ସଟ ଡାଉନ ଓ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲ କ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ଆକ୍ରାନ୍ତ ଅଚଂଳ ଗୁଡିକୁ ଲକଡାଉନ ଓ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.