Home ଓଡ଼ିଶା ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ସଭା ଓ ସତ୍ୟାଗ୍ରହ

ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ସଭା ଓ ସତ୍ୟାଗ୍ରହ

131

କଟକ ୧୦-୦୮ (ଓଡ଼ିଆ ପୁଅ) – ବ୍ରିଟିଶ ବିରୋଧି ଶେଷ ସଂଗ୍ରମ ହେଉଛି ଭାରତଛାଡ ଆନ୍ଦୋଳନ। କର ବା ମର ଡାକରା ଦେଇ ଭାରତ ମାଟିରୁ ମହାତ୍ମା ଗାନ୍ଧୀଙ୍କର ନେତୃତ୍ୱରେ ସମଗ୍ର ଭାରତ ବ୍ୟାପି ଯେଉଁ ସଂଗ୍ରାମ ହୋଇଥିଲା, ତାହାର ଫଳ ସ୍ୱରୂପ ଆମେ ସ୍ୱାଧୀନତା ହାସଲ କରିଥିଲେ। ହେଲେ ଆଜି କେନ୍ଦ୍ରର ଓ ରାଜ୍ୟ ସରକାରମାନେ ଭାରତ ବର୍ଷର ସ୍ୱାଧୀନତାକୁ କର୍ପୋରେଟ ହାତକୁ ଟେକି ଦେଇ ଦେଶକୁ ପୁଣି ପରାଧୀନ କରିବାପାଇଁ ବ୍ୟବସ୍ଥା କରି ସାରିଲେଣି। ପିଏମ୍ କେୟାରସ ଓ ରାଜସ୍ୱ ପାଣ୍ଠିର ବେହିସାବୀ ଖରଚ, ଖଣି, ରେଳ, ଏଆର ଇଣ୍ଡିଆ, ବ୍ୟାଙ୍କ ଭଳି ବତିଶଟି ସରକାରୀ କମ୍ପାନୀକୁ କର୍ପୋରେଟ୍ ହାତକୁ ଟେକିଦେବାର ଯୋଜନା, କୃଷି, ଶ୍ରମ ପରିବେଶ ଆଇନରେ ପରିବର୍ତ୍ତନ, କୃଷକ, ଶ୍ରମିକ ବିରୋଧୀ ନୀତିର ପ୍ରଣୟନ, ସାମ୍ପ୍ରଦାୟିକତାର ପ୍ରସାର ତଥା ବଢି ଚାଲୁଥିବା ବେକାରୀ ସମସ୍ୟା ଏସବୁର ପ୍ରକୃଷ୍ଟ ଉଦାହରଣ। ବାଖରାବାଦସ୍ଥିତ ଗାନ୍ଧୀ ଭବନଠାରେ ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ସମ୍ପୂର୍ଣ୍ଣ କ୍ରାନ୍ତି ମଞ୍ଚର ମହାସଚିବ ଯୁଗଳ କିଶୋର ନାୟକ, ଭଗବାନ ନାଥ, ଶିଶିର ଦାସ, ମହମ୍ମଦ ସୋନା ୱାଲା, ଅନିମା ରାୟ, ତେଜସ୍କର ସିଂହ, ଅରସାଦ ଖାଁ, ମିଥୁନ ଯେନା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡା ବିଶ୍ୱଜିତ୍ ବାର ଘଣ୍ଟିଆ ସତ୍ୟାଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.