Home କେନ୍ଦୁଝର ସହକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ବାହାର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ

ସହକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ବାହାର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ

215

ହାଟଡ଼ିହି-୨୮/୪, ଆନନ୍ଦପୁର ସହକାରୀ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡାଙ୍କ ଦ୍ୱାରା ହାଟଡିହିରେ ଥିବା ରାଜ୍ୟ ବାହାରର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ କରିଛନ୍ତି । ରାଜସ୍ଥାନ ଅଞ୍ଚଳର ୪୦ଜଣ ସାଇ ପ୍ରଚାରକ ସପରିବାର ହାଟଡିହି କଲେଜ ଓ ନନ୍ଦିପଦାରେ ଥିବାବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସହାୟତା କରାଯାଇଥିଲା । ସହକାରୀ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡା ସେମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିବା ସହିତ ସେମାନଙ୍କ ପିଲାମାନଙ୍କ ପାଇଁ ବଲ, କ୍ରିକେଟ ବ୍ୟାଟ, ସ୍କିପିଂରୋପ, ବିସ୍କୁଟ, ମାସ୍କ ଆଦି ପ୍ରଦାନ କରିଥିଲେ । ତାଙ୍କ ସହିତ ବରିଷ୍ଠ କିରାଣୀ ପ୍ରଦୀପ ଦାସ ଓ ହାଟଡିହି ବ୍ଲକର ପିଇଓ ନରହରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ମାଧ୍ୟମରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.