Home କେନ୍ଦୁଝର ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନକଲେ ୫୦ହଜାର

ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନକଲେ ୫୦ହଜାର

443

ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଥିବାବେଳେ ବିଭିନ୍ନ ଦେଶର ଆର୍ôଥକ ସ୍ଥିତି ଦୋହଲି ଗଲାଣି । ଭାରତର ଅର୍ଥନୀତି ଶୋଚନୀୟ ଆଡକୁ ଗତି କରୁଥିବାବେଳେ ବିଭନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ଏବେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି । ଏହି ପରିପ୍ରେକ୍ଷିରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଚୋରଗଡିଆର ସନାତନ ନାୟକ ନାମକ ଜଣେ ବ୍ୟକ୍ତି କୋଭିଡ-୧୯ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଦେଶର ଏପରି ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତ ସକ୍ଷମ ବ୍ୟକ୍ତିମାନେ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.