Home ଜିଲ୍ଲା ପରିକ୍ରମା ସର୍ବୋଦୟ ମଣ୍ଡଳର ‘ଗାନ୍ଧୀ, ଗଣତନ୍ତ୍ର ଓ ଗ୍ରାମ୍ୟ ସ୍ୱରାଜ’ ଶୀର୍ଷକ ଆଲୋଚନା ଚକ୍ର

ସର୍ବୋଦୟ ମଣ୍ଡଳର ‘ଗାନ୍ଧୀ, ଗଣତନ୍ତ୍ର ଓ ଗ୍ରାମ୍ୟ ସ୍ୱରାଜ’ ଶୀର୍ଷକ ଆଲୋଚନା ଚକ୍ର

27

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୨୦୦ ବର୍ଷ ଧରି ଇଂରେଜ ସରକାରଙ୍କ ଅଧୀନରେ ଭାରତବାସୀ ତ୍ରାହିତ୍ରାହି ଡାକୁଥିଲା ବେଳେ ମହାମନିଷୀମାନଙ୍କ ଉଦ୍ୟମରେ ବିଶେଷ କରି ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଶାନ୍ତିର ଦେବଦୂତ ସାଜି ବିନା ଯୁଦ୍ଧରେ, ବିନା ରକ୍ତପାତରେ ଭାରତବର୍ଷକୁ ସ୍ୱାଧୀନ କଲେ । ଗାନ୍ଧିଜୀ କଥାକହିବା ଅପେକ୍ଷା କାର୍ଯ୍ୟରେ ପରିଣତ କରି ଦେଖାଇବାକୁ ଅଧିକ ଶ୍ରେୟ ମନେ କରୁଥିଲେ । ସତ୍ୟବାଦିତା, ଅହିଂସା, ଆତ୍ମସ୍ୱାର୍ଥ ତ୍ୟାଗ, ବ୍ରହ୍ମଚର୍ଯ୍ୟ, ଶାରିରୀକ ଶ୍ରମ, ସର୍ବଧର୍ମ ସମାନତା, ସ୍ୱଦେଶୀ, ଅସ୍ପୃଶ୍ୟତା ନିବାରଣ, ସ୍ପଷ୍ଟତା, ଆତ୍ମବିଶ୍ୱାସ ଓ ସ୍ୱାଭିମାନ ଉପରେ ବିଶ୍ୱାସ କରୁôଥଲେ । ଜନସାଧାରଣଙ୍କର ଉନ୍ନତି ଉପରେ ସେ ବିଚାର କରୁଥିଲେ । ତାଙ୍କର ଅବର୍ତ୍ତମାନରେ ୧୯୪୮ ମସିହାରେ ତାଙ୍କରି ପଟ୍ଟଶିଷ୍ୟ ଆଚାର୍ଯ୍ୟ ବିନୋବା ଭାବେ ମାର୍ଚ୍ଚ ମାସରେ ସେବାଗ୍ରାମଠାରେ ସର୍ବୋଦୟ ମଣ୍ଡଳ ଗଠନ କରିଥିଲେ । ଆଜି ସର୍ବୋଦୟ ମଣ୍ଡଳ, ଭଦ୍ରକ ଜିଲ୍ଲା ସଭାପତି ଅମର ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଳା ସଂସ୍କୃତି ଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ‘ଗାନ୍ଧୀ, ଗଣତନ୍ତ୍ର ଓ ଗ୍ରାମ୍ୟ ସ୍ୱରାଜ’ ପ୍ରସଙ୍ଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ ।

ମୁଖ୍ୟବକ୍ତା ଡା. ଭାଗବତ ଶୁକ୍ଳା, ମୁଖ୍ୟଅତିଥି, ସର୍ବଭାରତୀୟ ସର୍ବୋଦୟ ମଣ୍ଡଳ ଉପସଭାପତି ଡଃ ଆଦିତ୍ୟ ପଟ୍ଟନାୟକ, ରାଜ୍ୟ ସଭାପତି କୈଳାସ ଶଉ, ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ଉପଦେଷ୍ଟା ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, ଶାନ୍ତିଲତା ନାଗ, ଡଃ ପ୍ରଫୁଲ୍ଲ ସାହୁ, ଅଭୟ ଦାସ, ବୈଲୋଚନ ଜେନା, କମଳକ।।ନ୍ତ ସ୍ୱାଇଁ, କୈଳାସ ମହାପାତ୍ର, ପୁରସ୍ତମ ଧଳ, ଶୈଳେନ୍ଦ୍ର ପାଢୀ, ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ନାରାୟଣ ପୋଥାଳ ପ୍ରମୁଖ ଯୋଗ ଦେଇ ନିଜନିଜ ବକ୍ତବ୍ୟରେ ସମାଜରେ ଦିନକୁ ଦିନ ଗଣତନ୍ତ୍ରର ଅବକ୍ଷୟ ହେବା ସଂଗେସଂଗେ ସ୍ୱାଧୀନ ଅଭିବ୍ୟକ୍ତିର ମୁହଁ ବନ୍ଦ କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଗାନ୍ଧୀ ବାଳାଶ୍ରମର ଛାତ୍ରଛାତ୍ରୀ, ପ୍ରଜ୍ଞା ଦାସ, ଗୁରୁ ରାମହରି ପଣ୍ଡା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସମ୍ପାଦକ ଗୟାଧର ପଣ୍ଡା ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ଶାନ୍ତନୁ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.