Home ଓଡ଼ିଶା ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ୫୦୦ ଓ ମୁହଁରେ ମାସ୍କ ନପିନ୍ଧିଲେ ୨୦୦୦ଟଙ୍କା ଜରିମାନା

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ୫୦୦ ଓ ମୁହଁରେ ମାସ୍କ ନପିନ୍ଧିଲେ ୨୦୦୦ଟଙ୍କା ଜରିମାନା

432

ମାଲକାନଗିରି,୧୯ । ୪(ଓଡିଅ ପୁଅ ) ସମଗ୍ର ବିଶ୍ୱ କରୋନା କବଳରେ କବଳିତ ହୋଇ ଛଟପଟ ହେଉଥିବା ବେଳେ ଏହାର ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ଘୋଷଣାକରିଛନ୍ତି,କେବଳ ଲକ ଡାଉନ ଘୋଷଣା କରିଦେଲେ ହେବନାହିଁ ସେଥିପାଇଁ କିଛି କଟକଣା ର ଆବଶ୍ୟକତା ରହିଛି । ଲକ ଡାଉନ ନିୟମ କୁ ମାନି ଘରୁ ବାହାରକୁ ନବାହିରିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ଜନସଚେତନତା କରାଯାଉଥିଲେ ମଧ୍ୟ କିଛି ଅମାନିଆ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ନିୟମକୁ କଡା କଡି ଭାବେ ପାଳନ ପାଇଁ ଜିଲ୍ଲାପ୍ରଶାଶନ ତତ୍ପର ହୋଇ ଉଠିଛି । କୌଣସି ସବ ର୍ସାଧରଣ ସ୍ଥାନରେ ଛେପ ପକାଇବା ପାଇଁ ମନା ରହିଛି, ଏହି ଆଇନ ଉଲ୍ଲଘନ କଲେ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ,ଠିକ ସେହିପରି ସାମାଜିକ ଦୂରତା ରକ୍ଷା ନକରି ମୁହଁରେ ମାସ୍କ ନ ପିନ୍ଧିଲେ ୨୦୦ଟଙ୍କାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ନିୟମ ଉଲ୍ଳଘଂନକାରି ମାନଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ଜିଲ୍ଲାପ୍ରଶାସନ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନିୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସାମଜିକ ଦୂରତା ଅବଲମ୍ବନ କରାଯାଇ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଙ୍କ ଅଧ୍ୟକ୍ଷତାରେ କରୋନା ସଂପର୍କରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଯାଇଛି । ଲକ ଡାଉନ ଦ୍ୱାରା ଜିଲ୍ଲାବାସୀ ଯେପରି ଅସୁବିଧାର ସମ୍ମୁଖିନ ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନିୟମକୁ କଡା କଡାଭାବେ ପାଳନ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କ ଦ୍ୱାରା ଘରେ ଘରେ ପନିପରିବା,ଦୁଗ୍ଧ ଜାତୀୟ ପଦାର୍ଥ ପହଁଚାଇ ଦିଆଯିବ,ମାଲକାନଗିରି ଜିଲ୍ଲାରେ ଚିନାବାଦାମ ଅମଳ ସମୟ ହୋଇ ଯାଇଥିବାରୁ ସାମାଜିକ ଦୂରତା ର କ୍ଷାକରି ଚିନାବାଦମ ଜମିରୁ ଚାଷୀମାନେ ସଂଗ୍ରହକରିବେ,୨୬୯ ମହିଳା ସ୍ୱୟଂସହାୟକ ଗୋଷ୍ଠି,୧୪ଟି ସ୍ୱେଚ୍ଛାସେବି ସଂଗଠନ ଓ ଶତାଧିକ ସାମାଜିକ କର୍ମୀ ମାନେ କୋଭିଡ-୧୯ ରିଲିଫ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।କୃଷି,ଉଦ୍ୟାନ,ନିର୍ମାଣ ଶ୍ରମିକ ମାନେ କିପରି ସେମାନେ କର୍ମନିଯୁକ୍ତି ପାଇବେ ସେଥିପିରତି ଗୁରୁତ୍ୱ ଦିଆ ଯିବାପାଇଁ ନିସ୍ପତି ନିଆ ଯାଇଛି,ଲକ ଡାଉନ ନିୟମ ଉଲ୍ଳଘଂନକରି ଗାଡି ଧରି ବାହାରକୁ ବାହାରୁଥିବା ବ୍ୟକ୍ତି ଓ ସବ ର୍ସାଦରଣ ସମ୍ବେଦନ ଶୀଳ ସ୍ଥାନରେ ଛେପପକାଇଲେ ୨୦୦ରୁ ୫୦୦ଟଙ୍କା ଜରିମାନା ଏବଂ ସାମାଜିକ ଦୂରତା ର କ୍ଷା ନକରି ମୁହଁରେ ମାସ୍କ ନ ପିନ୍ଧିଲେ ୨୦୦ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ନିୟମ ଉଲ୍ଲଘଂନକାରୀ ମାନଙ୍କୁ ଆର୍ଥିକ ଦଣ୍ଡ ଦିଆଯିବା ପାଇଁ ନିସ୍ପତି ନିଆଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପୌରପରିଷଦ ନିର୍ବାହି ଅଧିକାରୀ ନିଳକଠଂ ନାଇଡୁଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.