Home ଅନୁଗୁଳ ବିଜେପି ଯୁବ ନେତାଙ୍କ ଦ୍ୱାରା ବିଭିନ୍ନ ବସ୍ତିରେ ଖାଦ୍ୟ ସାମଗ୍ରୀ ବଂଟନ

ବିଜେପି ଯୁବ ନେତାଙ୍କ ଦ୍ୱାରା ବିଭିନ୍ନ ବସ୍ତିରେ ଖାଦ୍ୟ ସାମଗ୍ରୀ ବଂଟନ

263

ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟ ନେଇ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଘୋଷଣା ହୋଇଛି । ତେବେ ଏଥିଯୋଗୁଁ ବିଭିନ୍ନ ବସ୍ତିରେ ରହୁଥିବା ଗରିବ,ଦିନ ମଜୁରିଆ ଲୋକେ ପ୍ରଭାବିତ ହୋଇଛନ୍ତି । ତତ୍ ସହିତ ବାହାରୁ ରାଜ୍ୟରୁ ଅନେକ ଶ୍ରମିକ ଏଠାକୁ କାମ କରିବାକୁ ଆସି ଆଉ ଫେରି ପାରି ନାହାନ୍ତି । ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତାମାନଙ୍କୁ ନିଜର ଆଖପାଖ ଅଂଚଳର ଏଭଳି ଅସହାୟ ଲୋକଙ୍କ ପ୍ରତି ସମବେଦନା ଦେଖାଇ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆହ୍ୱାନ କରିଛନ୍ତି । ଏହି ବାର୍ତାକୁ ଗ୍ରହଣ କରି ବିଜେପିର ଯୁବ ନେତା ତଥା ସମାଜସେବୀ ବିଭୁତି ସାହୁ ତାଳଚେର ଅଂଚଳରେ ଥିବା ବିଭିନ୍ନ ବସ୍ତିରେ ବାସ କରୁଥିବା ଗରିବ ଲୋକମାନଙ୍କୁ ଲକ୍ ଡାଉନ ପରଠାରୁ ଅଦ୍ୟାବଧି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଆସୁଛନ୍ତି । ଶ୍ରୀ ସାହୁ ସ୍ୱୟଂ ଘରେ କିଛି ଯୁବ ଗୋଷ୍ଠୀଙ୍କ ସହାୟତାରେ ଚାଉଳ,ଡାଲି,ଚୁଡ଼ା ଓ ବିସ୍କୁଟ ଆଦି ପ୍ୟାକିଂ କରି ନିଜ ଗାଡ଼ିରେ ବିଭିନ୍ନ ବସ୍ତି ବୁଲି ଗରିବ ପରିବାର ଓ ବାହାରୁ ରାଜ୍ୟରୁ ଆସି ଫସିଥିବା ଶ୍ରମିକମାନଙ୍କୁ ବିତରଣ କରୁଛନ୍ତି । ଏହି କ୍ରମରେ ଶ୍ରୀ ସାହୁ ଏବଂ ତାଙ୍କ ସହଯୋଗୀମାନେ ଆଜି ତାଳଚେର ଏଫସିଆଇ ଆଦିବାସୀ ବସ୍ତି,ରେଲୱେ ଷ୍ଟେସନ ବସ୍ତି,ବଗାଧର ବସ୍ତି ସମେତ ଅନ୍ୟାନ୍ୟ ବସ୍ତିର ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ପରିବାରକୁ ଶୁଖିଲା ଖାଦ୍ୟର ପ୍ୟାକେଟ ବଂଟନ କରିବାସହ କରୋନା ସଂକ୍ରମଣରୁ ବର୍ତିବା ସକାଶେ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକ ପାଳନ କରିବା ନେଇ ସଚେତନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.