Home ଅନୁଗୁଳ ତାଳଚେର ସୁରକ୍ଷା ମଂଚ ସଭାପତିଙ୍କ ପତ୍ନୀ ବିୟୋଗ

ତାଳଚେର ସୁରକ୍ଷା ମଂଚ ସଭାପତିଙ୍କ ପତ୍ନୀ ବିୟୋଗ

739

ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସୁରକ୍ଷା ମଂଚର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୂରଲୀଧର ସାହୁଙ୍କ ଧର୍ମପତ୍ନୀ ମଣି ସାହୁ(୫୫ବର୍ଷ)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ ବହୁଦିନ ହେଲା ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ସୂର୍ଯ୍ୟକାନ୍ତଙ୍କ ସହ ପୁତ୍ରବଧୂ, ଝିଅଜୋଇଁ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଜଣେ ସରଳ,ଧାର୍ମିକା ତଥା ପରୋପକାରୀ ମହିଳା ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ସାହୁଙ୍କ ସୋଲଡା ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.