Home ଖେଳ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚରମ୍ପା କ୍ରିକେଟ ଏକାଡେମୀ ଭଦ୍ରକ ସେମିରେ

ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚରମ୍ପା କ୍ରିକେଟ ଏକାଡେମୀ ଭଦ୍ରକ ସେମିରେ

86

ହାଟଡ଼ିହି, ୧୦ । ୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ପୁଲ ବି ର ପ୍ରଥମ କ୍ୱାଟରଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମି ଭଦ୍ରକ ସୋଲାର କ୍ଲବ କଟକକୁ ୮୪ରନରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ୍ ଜିତି ସୋଲାର କ୍ଲବ କଟକ ଫିଲିଡିଂ ନିଷ୍ପତି ନେଇ ଚରମ୍ପାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚରମ୍ପା କ୍ରିକେଟ ଏକାଡେମୀ ନିର୍ଦ୍ଧାରିତ ୨୦ଓଭରରେ ୮ଉଇକେଟ ବିନିମୟରେ ୧୮୨ରନ କରିଥିଲା । ଦଳ ପକ୍ଷରୁ ଅଜୟ ରାଉତ ୨୮ଟି ବଲରେ ୬ଚୌକା ଓ ୭ଟିଛକା ବଳରେ ସର୍ବାଧକ ୭୬ରନ କରିଥିଲେ । ୧୮୩ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ସୋଲାର କ୍ଲବ କଟକ ୧୬.୫ଓଭରରେ ମାତ୍ର ୯୮ରନ କରିବାକୁ ସମର୍ଥ ହୋଇଥିଲା । ଚରମ୍ପା ଏକାଡେମୀ ଭଦ୍ରକ ରଜତିନ୍ଦ୍ର ଭୋଇ ରାଜେଶ ଦାସ ୩ଓଭର ବୋଲିଂ କରି ୧୭ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଶାନ୍ତନୁ ରାଉତ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଦେବେନ୍ଦ୍ର ମହଲା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଦେବାଶିଷ ଚକ୍ରବର୍ତ୍ତୀ, ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ରାଉତ, ସମ୍ମାନୀତ ଅତିôତ ଭାବେ ବିଶ୍ୱନାଥ ନାୟକ, ଉପଦ୍ଦେଷ୍ଟା ମନୋଜ ପାତ୍ର, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଚରମ୍ପା ଏକାଡେମୀର ଅଜୟ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ପଦ୍ମନାଭ ସାମଲ, ବଳରାମ ଜେନା, ଭଗବାନ ଜେନା, ଦେବାଶିଷ ବାରିକ, ହାଡିବନ୍ଧୁ ଭୂୟାଁ, ଗଣେଶ ଜେନା, ମାନସ ଜେନା, ସିପୁ ଜେନା, ତତ୍ୱାନନ୍ଦ ମୁଦୁଲି, ବିଦ୍ୟାଧର ମୁଦୁଲି, ଏମ.ଡି. ବାବୁ, ସ୍ୱାତିଶ ସାମଲ, ପ୍ରଦ୍ୟୁମ୍ନ ରାଉତ, ଭିକି ଜେନା, କାହ୍ନା ଜେନା, କାହ୍ନା ସେଠୀ, ପ୍ରତାପ ଦେବତା, ମାନସ ଜେନା, ବଳରାମ ନାୟକ, ଆଶିଷ ଦ୍ୱିବେଦୀ, ସୁନିଲ ଜେନା ପ୍ରମୁଖ ଆଞ୍ଚଳିକ ଯୁବ ପରିଷଦର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଗ୍ରୁପ ବି ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଟାଟା ସ୍ପୋର୍ଟସ ଜାମସେଦପୁର ଓ ଇଳେଭେନନ୍ଥ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.