Home ଜିଲ୍ଲା ପରିକ୍ରମା ସରସ୍ୱତୀ ବିହାରରେ ଡ. ଫିଲିପ ରୁଷିନସ୍କି

ସରସ୍ୱତୀ ବିହାରରେ ଡ. ଫିଲିପ ରୁଷିନସ୍କି

54

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ସଂସ୍କୃତ ସଂଗଠନର କେନ୍ଦ୍ରୀୟ ସଚିବ ତଥା ବିବସ୍ୱାନ୍ ଫାଉଣ୍ଡେସନ, ପୋଲାଣ୍ଡର ନିର୍ଦ୍ଦେଶକ ଡ.ଫିଲିପ ରୁଷିନସ୍କି ଭଦ୍ରକ ବରପଦା ସ୍ଥିତ ସରସ୍ୱତୀ ବିହାର ଆସି ବିଶ୍ୱ ସଂଗଠନର କେନ୍ଦ୍ରୀୟ ଅଧ୍ୟକ୍ଷ ଡ.ସଦାନନ୍ଦ ଦୀକ୍ଷିତ ଙ୍କ ସହ ସଂଗଠନର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଗଠନର ୧୯ଟି ଦେଶରେ ଥିବା ରାଷ୍ଟ୍ରୀୟ ସଭାପତିଙ୍କୁ ନେଇ ଏକ ଆଭାସୀ ଆଲୋଚନାଚକ୍ର ଡ.ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ସମସ୍ତ ରାଷ୍ଟ୍ରରେ ସଂସ୍କୃତ ସମ୍ଭାଷଣ ଓ ଯୋଗାଭ୍ୟାସ କେନ୍ଦ୍ର ପରିଚାଳନା କରିବା ଏବଂ ବୈଦିକ ବିଜ୍ଞାନ ଉପରେ ଗବେଷଣା କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ସଂସ୍କୃତ ଓ ବୈଦିକ ବିଜ୍ଞାନ କ୍ଷେତ୍ରରେ ବିବସ୍ୱାନ୍ ଫାଉଣ୍ଡେସନ ଓ ସରସ୍ୱତୀ ଗବେଷଣା ସଂସ୍ଥାନ ମିଳିତ ଭାବେ କାର୍ଯ୍ୟ କରିବାକୁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଥିଲା। ଯୁଦ୍ଧ ପରିସ୍ଥିତି ଶାନ୍ତ ହେବା ପରେ ଡ.ଦୀକ୍ଷିତ ପୋଲାଣ୍ଡ ଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ସରସ୍ୱତୀ ବିହାରରେ ତାଳପତ୍ର ପୋଥି ସଂରକ୍ଷଣ କେନ୍ଦ୍ର ଓ ବୈଦିକ ବିଦ୍ୟାପୀଠମ୍ ପରିଦର୍ଶନ କରି ଡ଼. ରୁଷିନସ୍କି ସନ୍ତୋଷ ପ୍ରକାଶ କରିଥିଲେ। ୫ଦିନ ରହଣୀ ସମୟରେ ସେ ପୁରୀ, କୋଣାର୍କ, ଭୁବନେଶ୍ୱର ପରିଭ୍ରମଣ କରି ଓଡ଼ିଶାର କଳିଭୈବଭକୁ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.