Home ଜିଲ୍ଲା ପରିକ୍ରମା ସଂଖ୍ୟାଲଘୁ ବିଭାଗରେ ତାହେରା ଖାତୁନ୍‌ଙ୍କ ଉପଦେଷ୍ଟା ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ

ସଂଖ୍ୟାଲଘୁ ବିଭାଗରେ ତାହେରା ଖାତୁନ୍‌ଙ୍କ ଉପଦେଷ୍ଟା ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ

42

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୋଜନା ଓ ସମନ୍ୱୟ ବିଭାଗ ତଥା ଆଦିବାସୀ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାର ବିଶିଷ୍ଟ ନାରୀନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷ ତାହେରା ଖାତୁନ୍‌ଙ୍କ ରାଜ୍ୟସରକାର ସଂଖ୍ୟାଲଘୁ ବିଭାଗରେ ଉପଦେଷ୍ଟା ପଦବୀରେ ନିଯୁକ୍ତି ଦେଇ ପ୍ରମୁଖ ଶାସନ ସଚୀବ ରାଙ୍କ ରେ ମାନ୍ୟତା ପ୍ରଦାନ କରିଛନ୍ତି। ଶ୍ରୀମତୀ ଖାତୁନ୍ ଦୁଇଦୁଇଥର ଭଦ୍ରକ ପୌରପାଳିକାର ଉପାଧ୍ୟକ୍ଷ ଓ ପୌରାଧ୍ୟକ୍ଷ ଭାବେ ସଫଳତାର ସହ କାର୍ଯ୍ୟତୁଲାଇଛନ୍ତି। ତାଙ୍କ ପ୍ରତ୍ୟେକ୍ଷ ଉଦ୍ୟମରେ ଭଦ୍ରକର ୧୯୯୫ରେ ଏକ ସରକାରୀ ଊର୍ଦ୍ଦୁ ସିଟି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ସେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ତଥା ଅନେକ ଶିକ୍ଷକ ସଂଘ ସହ ପ୍ରତ୍ୟେକ୍ଷ ସଂପୃକ୍ତି ରହନ୍ତି। ରାଜ୍ୟସରକାରଙ୍କ ସଂଖ୍ୟାଲଘୁ ବିଭାଗରେ ଉପଦେଷ୍ଟା ଭାବେ ତାଙ୍କ ନିଯୁକ୍ତିରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଗୁଡିକୁ ଶୀଘ୍ର ସମାଧାନ ହୋଇପାରିବ ବୋଲି ଭଦ୍ରକର ଅନେକ ବୁଦ୍ଧିଜୀବୀ ଓ ଯୁବସଂଘଠକ ମାନେ ଆଶାବ୍ୟକ୍ତ କରିଛନ୍ତି। ଏହି ମର୍ମରେ ଭଦ୍ରକର ହାଜି ଅନୱର ହୋସେନ, ଜମିଲ ଅଖତର, ମତଲୁକ ଅଲ୍ଲିଖାନ, ସେକ୍ ସବ୍ୱିର, ତବାରାକ ଅଲି, ସେକ ସମଦାନୀ ତଥା ବରିଷ୍ଠ ପାରିଷଦ ମହମ୍ମଦ ଜକାଉଲ୍ଲା, ସେକ୍ ଜୁଲଫକର ଅଲି, ସେକ କାଲା, ସହିଦ୍ ଖାନ, ସେକ୍ ଗରିବୁଲା, ସେକ ଫନ୍‌ଟୁସ, ଇଂ. ମୁକିଦ, ଶିକ୍ଷକ ନେତା ତବରେଜ ଖାନ, ଜାବେଦ ଅଖତର ଏବଂ ସେକ ଅଫତାବ ଆଲାମ ପ୍ରମୁଖଙ୍କ ସହିତ ଇମତିଆଜ କମାଲ ଖାନ, ସେକ୍ ରୋହିତ, ସେକ୍ ସାହାଜାନ ପ୍ରଭୃତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.