Home କେନ୍ଦୁଝର ସରମଙ୍ଗା ଗ୍ରାମରେ ଘରପୋଡି, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

ସରମଙ୍ଗା ଗ୍ରାମରେ ଘରପୋଡି, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

30

ହାଟଡ଼ିହି, ୮ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସରମଙ୍ଗା ଗ୍ରାମରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୭ବଖରା ଘର ଭଷ୍ମୀଭୁତ ହେବାସହ ଲକ୍ଷରାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । କିନ୍ତୁ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଏକ ବଡଧରଣରୁ ଅଗ୍ନିକାଣ୍ଡରୁ ଗାଁଟି ବର୍ତ୍ତି ଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଗାଁର ବିଜୟ କୁମାର ସ୍ୱାଇଁ ଓ ଅକ୍ଷୟ କୁମାର ସ୍ୱାଇଁଙ୍କ ଘରେ ଅଚାନକ ନିଆଁ ଲାଗିଯାଇଥିଲା । ଏହା ଏକ ଖଞ୍ଜାଘର ହୋଇଥିବାରୁ ସଙ୍ଗେ ସଙ୍ଗେ ସମ୍ପୁର୍ଣ୍ଣ ଘରଟିକୁ ନିଆଁ ବ୍ୟାପି ଯାଇଥିଲା । ପାଖରେ ପାଖରେ ଅନ୍ୟ ମାନଙ୍କ ଚାଳଘର ଗୁଡିକ ଲାଗି ଲାଗି ଥିବାରୁ ଗାଁ ଲୋକମାନେ ତୁରନ୍ତ ପାଖ ଘରଗୁଡିକର ଛପରକୁ କାଢ଼ି ଦେଇଥିଲେ । ଗାଁ ଲୋକମାନେ ନଳକୁପ ଓ ପୋଖରୀରୁ ବାଲଟିରେ ବୋହି ଆଣି ପାଣି ଢ଼ାଳି ନିଆଁକୁ ଆୟତ କରିଥିଲେ । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.