Home କେନ୍ଦୁଝର ଡଅଁର ସମବାୟ ସମିତିରେ ଅନିୟମିତତାକୁ ନେଇ ବିଜେପିର ମଣ୍ଡି ପରିଦର୍ଶନ

ଡଅଁର ସମବାୟ ସମିତିରେ ଅନିୟମିତତାକୁ ନେଇ ବିଜେପିର ମଣ୍ଡି ପରିଦର୍ଶନ

23

ହାଟଡ଼ିହି, ୮ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ଓ ଡଅଁର ସମବାୟ ସମିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପାଇ ଆଜି ରାଷ୍ଟ୍ରୀୟ କିଷ।।ନ ମୋର୍ଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁ, ଆନନ୍ଦପୁରର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସଢ଼ା ଓ ଡଅଁର ଧାନ ମଣ୍ଡି ପରିଦର୍ଶନ କରିଛନ୍ତି । ସେମାନେ ଡଅଁର ମଣ୍ଡି ପରିଦର୍ଶନ ସମୟରେ ମଣ୍ଡିରେ ଟୋକନ ପାଇ ଧାନ ଦେଇ ନଥିବାରୁ ଚାଷୀମାନେ ହତାଶ ହେଉଥିବାବେଳେ ଚାଷଜମି ନଥିବା କିଛି ଲୋକ ଶହଶହ କୁଇଣ୍ଟାଲ ଧାନ ଦେଇ ଟଙ୍କା ପାଇସାରିଲେଣି ବୋଲି ଜାଣିବାକୁ ପାଇଥିଲେ । ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ ନେବାରେ ପାତର ଅନ୍ତର କରାଯାଉଛି । ଆଗ ଟୋକନ ପାଇଥିବା ଚାଷୀଙ୍କୁ ଅଣଦେଖା କରି ପଛରେ ଟୋକନ ପାଇଥବବା ଚାଷୀଙ୍କ ଠାରୁ ଧାନ କିଣାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଥିବାବେଳେ ଆଜି ଧାନକିଣା ବାର ଥିବାବେଳେ ଓ ଧାନକିଣା ଟାର୍ଗେଟ ଥାଇ ମଧ୍ୟ ଚାଷୀଙ୍କ ଠାରୁ ଧାନ କିଣା ଯାଉନଥିବାର ନଜରକୁ ଆସିଛି ବୋଲି ବିଜେପି ନେତାମାନେ ମତବ୍ୟକ୍ତ କରିଛନ୍ତି । ସଢ଼ା ଓ ଡଅଁର ମଣ୍ଡିରେ ବିନା ପରୀକ୍ଷା ନିରିକ୍ଷାରେ କୁଇଣ୍ଟାଲ ପିଛା ୧୦ରୁ ୧୨କିଲୋ ଧାନ କଟାଯାଉଥିବା ଚାଷୀମାନେ ଏହି ପ୍ରତିନିଧି ଦଳଙ୍କ ଆଗରେ ପ୍ରକାଶ କରିଥିଲେ । ସଢ଼ା ମଣ୍ଡିରେ ଏହି ଦୁର୍ନୀତି ଯୋଗୁଁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ଦୁଇଜଣଙ୍କୁ ବହିସ୍କାର କରାଯାଇଛି, ହେଲେ ମଣ୍ଡିର ପରିସ୍ଥିତି ସୁଧୁରି ନାହିଁ । ଏପରିକି ଡଅଁର ଧାନମଣ୍ଡିରେ ଧାନକିଣାରେ ହେଉଥିବା ଅନିୟମିତତା ସମ୍ପର୍କରେ ଅଭିଯୋଗ କଲେ କର୍ମଚାରୀମାନେ ମାଡ ମାରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ପରିସ୍ଥିତିରେ ସୁଧାର ନଆସେ ତେବେ ଆସନ୍ତା ୧୫ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ ବିଜେପି ଚେତାବନୀ ଦେଇଛି । ଏହି ମଣ୍ଡି ପରିଦର୍ଶନ ବେଳେ ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଶଙ୍କର୍ଷଣ ଜେନା, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ବରିଷ୍ଠ ବିଜେପି ନେତା ରମାକାନ୍ତ ନାୟକ, ଦୀପକ ଜେନା, କୃଷ୍ଣଚନ୍ଦ୍ର ଜେନା, ଆଲୋକ ଦାସ, ମଣିଚରଣ ଜେନା, ପ୍ରଫୁଲ ସେନାପତି, ଅନନ୍ତ ବେହେରା, ସୁଶାନ୍ତ ବେହେରା, ଅକ୍ଷୟ ଦାସ, ରୁଦ୍ରନାରାୟଣ ସା, ସୁରେନ୍ଦ୍ର ଦାସ, ଅଜୟ ସାହୁ, ବିଜୟ ରାଉତ, ନରେନ୍ଦ୍ର ଦେଓ, ବିଳାଶ ପରିଡା, ଦାମୋଦର ନାୟକ, ମୁସି ସେଠୀ, ଶରତ ନାୟକ, ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.