Home ଓଡ଼ିଶା ସରକାରି ଜମି ଦଖଳକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ,୧୦ ଆହତ,ଜଣେ ଗୁରୁତର ଘଟଣାସ୍ଥଳରେ ୧୪୪ଧାରା ଜାରି

ସରକାରି ଜମି ଦଖଳକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ,୧୦ ଆହତ,ଜଣେ ଗୁରୁତର ଘଟଣାସ୍ଥଳରେ ୧୪୪ଧାରା ଜାରି

69

ମାଲକାନଗିରି,୨୪ା୮ (ଓଡିଆ ପୁଅ ) ସରକାରୀ ଜମିକୁ ଜବର ଦଖକରି ସେ ଜମିରେ ଚାଷ କରିବାକୁ କେନ୍ଦ୍ରକରି ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ୧୦ଜଣ ଆହତ ହୋଇଥିବା ବେଲେ ଜଣେ ଗୁରୁତର ଥିବାର ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଓ ଜିଲ୍ଲାପ୍ରଶାସନିକ ଅଧିକାରୀ ମାନେ ପହଁଚି ୧୪୪ଧାରା ଜାରି କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ଥାନାସ୍ଥ ପାଣ୍ଡ୍ରିପାଣି ପଚାଂୟତ ଅନ୍ତର୍ଗତ ଏମଭି୯୩ ଗ୍ରାମନିକଟ ପୁଲାପାଲି ଠାରେ ଥିବା କିଛି ସରାକରି ଜମିକୁ କେତେଜଣ ବଙ୍ଗିୟ ଭାଷାଭାଷି ସଂପ୍ରଦାୟର ଲୋକମାନେ ଜବର ଦଖଲ କରି କେତେ ବର୍ଷହେଲା ସେଠାରେ ଚାଷ କରିଆସୁଥିଲେ । ଏହାକୁ ବିରୋଧ କରି ସେହି ଜମିରେ କିଛି ସ୍ଥାନୀୟ ଆଦିବାସୀ ସଂପ୍ରଦାୟର ଗରିବ ଲୋକେ ଚାଷକରିବା କୁ ଚାହିଁବାରୁ ସେମାନଙ୍କୁ ଜବର ଧଖଲ କାରି ମାନେ ବାଧାଦେଇଥିଲେ । ସେହି ଘଟଣା କିଛିଦିନ ଧରି ଉତେଜନା ଚାଲିଥିବା ବେଳେ ଆଜି ତାହା ଉଗ୍ରରୁପନେଇଛି । ଆଜିସକାଳେ ଜମିଚାଷକୁ କେନ୍ଦ୍ର କରି ବଙ୍ଗିୟ ସଂପ୍ରଦାୟ ଓ ଆଦିବାସୀ ସଂପ୍ରଦାୟ ଉଭୟ ଙ୍କ ମଧ୍ୟରେ ବଚଷା ହୋଇଥିଲା, ଗଣ୍ଡଗୋଳ ଲାଗି ସେଠାରୁ ମାହାଭାରତ ଯୁଦ୍ଧଲାଗି ଯାଇଥିଲା । ଏହି ଗୋଷ୍ଠି ସଂଘର୍ଷ ରେ ଜଣେ ବଙ୍ଗିୟ ସଂପ୍ରଦାୟର ଯୁବକ ର ମୁଣ୍ଡଫାଟି ସେ ଆହତ ହୋଇଥିବାର ଜଣାପଡିଛି ।ଘଟଣାସ୍ଥଳରେ ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ଓ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ଓ କିଛି ପ୍ରଶାସନିକ ଅଧିକାରୀ ପହଁଚି ଉଭୟ ଗୋଷ୍ଠିଙ୍କୁ ବୁଝାସୁଜା କରିବାପରେ ଲାଗିରହିଥିବା ଉତେଜନା ପରିସ୍ଥିତି କିଛି ଅଶଂରେ ଶାନ୍ତପଡି ଥିଲେ ମଧ୍ୟ ଚାପା ଉତେଜନା ଲାଗି ରହିଛି । ତେବେ ଉଭୟ ଗୋଷ୍ଠି ନିଜ ନିଜ ଜିଦରେ ଅଟଳ ରହିଥିବାର ଜଣାପଡିଛି । ପରିସ୍ଥିତି କୁ ଦେଖି ପୁଲିସ ପକ୍ଷରୁ ସେହି ଜମିନିକଟରେ ୧୪୪ଧରା ଜାରି କରାଯିବା ସହିତ ଉଭୟ ଗୋଷ୍ଠିଙ୍କୁ ଜମିନିକଟକୁ ଜିବା ପାଇଁ ବାରଣ କରାଯାଇଛି । ଉଭୟ ଗୋଷ୍ଠିଙ୍କ ପକ୍ଷରୁ ମାଲକାନଗିରି ଥାନାରେ ମାମଲା ରୁଜୁ କରାଯାଇ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.