Home ଓଡ଼ିଶା ଯୋଡା : ଯୋଡା ପୌରପାଳିକାରେ ସ୍ୱଚ୍ଛ ଚର୍ଚ୍ଚା

ଯୋଡା : ଯୋଡା ପୌରପାଳିକାରେ ସ୍ୱଚ୍ଛ ଚର୍ଚ୍ଚା

56

ଯୋଡା, ୨୪ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାରମ୍ବାର ଚର୍ଚ୍ଚା ନହେଲେ କୌଣସି ଉଦ୍ୟମ ସଫଳ ରୂପାୟନ ନେଇପାରିନଥାଏ । ଚର୍ଚ୍ଚା ଦ୍ୱାରା ଏହା ପରିମାର୍ଜିତ ଏବଂ ଶାଣିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଯୋଡା ପୌରପାଳିକା ପକ୍ଷରୁ ପ୍ରତିମାସରେ ସ୍ୱଚ୍ଛ ଚର୍ଚ୍ଚା ନାମକ ଏକ ବୈଠକ ଅନୁଷ୍ଠିତ ହୋଇଆସୁଛି । ଏଥିରେ ଯୋଡା ସହରକୁ କିପରି ଭାବେ ସ୍ୱଚ୍ଛ ରଖାଯାଇପାରିବ ଆଉ କି ପଦକ୍ଷେପ ଗ୍ରହଣ କରାଗଲେ ସହର ଅଧିକ ସ୍ୱଚ୍ଛ ହୋଇପାରିବ ଏ ନେଇ ବିଷଦ ଆଲୋଚନା କରାଯାଇଥାଏ । ଏହି ପରିପେକ୍ଷୀରେ ମଙ୍ଗଳବାର ଯୋଡା ପୌରପାଳିକା ସଭା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଡା ଦୈନିକ ବଜାର ଠାରେ ପୌରପାଳିକା ପକ୍ଷରୁ ଜମା କରାଯାଉଥିବା ବର୍ଜ୍ୟବସ୍ତୁ ଗୁଡିକୁ ନିୟମିତ ଭାବେ ସଫା କରିବା ପାଇଁ ବଜାର କମିଟି ପକ୍ଷରୁ ଦାବି କରାଯାଇଥିଲା । ଯୋଡା ସହର ମଧ୍ୟରେ ରହିଥିବା ପରିସ୍ରାଗାର ଗୁଡିକର ପୁନଃଉଦ୍ଧାର, ଏଥିରେ ଜଳ ସଂଯୋଗ, ନିୟମିତ ସଫେଇ କରାଯିବାକୁ ଉପସ୍ଥିତ ଜନସାଧାରଣ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ବସ୍ତି ଗୁଡିକରେ ମାସ ମାସ ଧରି ପଡିରହୁଥିବା ଗୃହ ନିର୍ମାଣ ଉପକରଣ ଗୁଡିକୁ ସଫା କରିବା ପାଇଁ ପୌର ପରିଷଦ ନିକଟରେ ପ୍ରସ୍ତାବ ରଖାଯାଇଥିଲା । ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚର୍ଚ୍ଚାରେ ସ୍ୱଚ୍ଛ ନିରୀକ୍ଷକ ଡଃ ପ୍ରତାପ କୁମାର ନାଏକ, ଯୋଡା ପୌରାଞ୍ଚଳର ସମସ୍ତ ସ୍ୱଚ୍ଛ ସାଥି, ପୌରପାଳିକା କର୍ମଚାରୀ, ଯୋଡା ବଜାରର ବ୍ୟବସାୟୀ, ସଫେଇ ଠିକାଦାର, ଯୋଡା ଜନସାଧାରଣ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.