Home ଓଡ଼ିଶା ୪୮ଟି ବିବାଦିୟ ଖଣିଲିଜ ଟେଣ୍ଡରକୁ ମାଲକାନଗିରି ଜିଲ୍ଲାପାଳ ବାତିଲ କଲେ

୪୮ଟି ବିବାଦିୟ ଖଣିଲିଜ ଟେଣ୍ଡରକୁ ମାଲକାନଗିରି ଜିଲ୍ଲାପାଳ ବାତିଲ କଲେ

68

ମାଲକାନଗିରି,୨୪ା୮ (ଓଡିଆ ପୁଅ )ଜିଲ୍ଲାରେ ବିବାଦୀୟ ୪୮ଟି ଲଘୁଖଣି ଟେଣ୍ଡର ଲିଜକୁ ଆରଡିସି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗରି ଜିଲ୍ଲାପାଳ ବାତିଲ କରିଛନ୍ତି । ମାଲକାନଗିରି ଜିଲ୍ଲାର ତତକାଳିନ ଜିଲ୍ଲାପାଳ ଡ.ୟେଦୁଲା ବୀଜୟ ଙ୍କ ନାମରେ ଖଣିଲିଜ ର ଟେଣ୍ଡର ପିକ୍ସିଂ ଅଭିଯୋଗ ଆଣିଥିଲେ ପିସିସି କାର୍ଯ୍ୟକାରି ସଭାପତି ତଥା ପୁବ ର୍ତନ ସାଂସଦ ପ୍ରଦୀପ ମାଝି, ଆନ୍ଦ୍ରପ୍ରଦେଶର ଭିଜି ଗ୍ରାନାଇଟର ମାଲିକ ଭି.ବେଣୁଗାପାଳ ଯିଏ କି ମୋଟୁ ପେଟା ଠାରେ ଗ୍ରାନାଇଟ ପଥର ଖଣି ଲିଜ ନେଇଛନ୍ତି ,ତତ୍କାଳିନ ଜିଲ୍ଲାପାଳ ଶ୍ରୀ ବୀଜୟ ତାଙ୍କୁ ଅନୁକମ୍ପା ଦେଖାଇ ୭ଟି ଲଘୁ ଖଣି ଲିଜ ଦେଇଥିଲେ । ଏହି ମାମଲା କୁ ଗୁରୁତ୍ୱ ଦେଇ ରାଜ୍ୟସରକାର ତତକାଳିନ ଜିଲ୍ଲାପାଳ ଶ୍ରୀ ବୀଜୟକୁ ବଦଳି କରିଥିଲେ । ଏହାକୁ ଆରଡିସି ସ୍ତରରେ ତଦନ୍ତ କରାଯିବା ସହ ନୁତନ ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ଜିଲ୍ଲାରେ ଲଘୁଖଣି ଟେଣ୍ଡେର ପ୍ରକ୍ରିୟାକୁ ସମ୍ପୁଣ୍ଣ ର୍ ରଦ୍ଦ କରିଦେଇଥିଲେ । ଆରଡିସି ଙ୍କ ସୁପାରିସ କ୍ରମେ ଜିଲ୍ଲାର ୪୮ଟି ଲଘୁ ଖଣି ଟେଣ୍ଡର ଲିଜକୁ ବାତିଲ କରାଯାଇଛି । ଖୁବ ଶିଘ୍ର ନୁଆ ଭାବେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆ ଯାଇଛି । ଅପର ପକ୍ଷରେ ଏହି ଖଣିଲିଜ ମାମଲାରେ ସଂପୃକ୍ତି ଥିବା କିଛି ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଟାନ ଗ୍ରାହଣ କରିବା ପାଇଁ ପୁବ ର୍ତନ ସାଂସଦ ପ୍ରଦାପ ମାଝୀ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.