Home ଜିଲ୍ଲା ପରିକ୍ରମା ‘ସମୟର ସୂଚୀପତ୍ର’ କୁ ଉନ୍ମୋଚନ କଲେ ରାଜ୍ୟପାଳ

‘ସମୟର ସୂଚୀପତ୍ର’ କୁ ଉନ୍ମୋଚନ କଲେ ରାଜ୍ୟପାଳ

41

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କଲେଜର ଅବସରପ୍ରାପ୍ତ ପ୍ରଫେସର ଡ. ଶଶଧର ଦାସଙ୍କ ରଚିତ ‘ସମୟର ସୂଚୀପତ୍ର’ ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ରାଜଭବନ ଠାରେ ଉନ୍ମୋଚିତ ଏହି ପୁସ୍ତକ ହେଉଛି ଡ. ଦାସଙ୍କ ଜୀବନାଲେଖ୍ୟ । ଉନ୍ମୋଚନ ଅବସରରେ ଡ. ଦାସଙ୍କ ଧର୍ମପତ୍ନୀ ମଂଜୁଲତା ଦାସ, ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସ୍ତମ୍ଭକାର ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଦାସଙ୍କ ଏହି ପୁସ୍ତକ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.