Home ଜିଲ୍ଲା ପରିକ୍ରମା କଂଗ୍ରେସ ନେତା ତପନ ନାୟକଙ୍କର ହୃଦଘାତରେ ପରଲୋକ

କଂଗ୍ରେସ ନେତା ତପନ ନାୟକଙ୍କର ହୃଦଘାତରେ ପରଲୋକ

43

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୁଆଁସ ଗ୍ରାମର ବିଶିଷ୍ଟ କଂଗ୍ରେସ ନେତା ତପନ ନାୟକ (କୁଟିଆ)ଙ୍କର ଗତକାଲି ରାତି ପ୍ରାୟ ୮.୩୦ ମିନିଟ୍ ସମୟରେ ସ୍ଥାନୀୟ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏବଂ ତାଙ୍କ ପରିବାର ଲୋକଙ୍କୁ ଈଶ୍ୱର ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ନାୟକ କଂଗ୍ରେସର ଜଣେ ଆଗଧାଡିର ଟାଣୁଆ ଯୁବ ନେତୃତ୍ୱ ଥିଲେ । ତାଙ୍କର ଅମାୟିକ ବ୍ୟବହାର ସମସ୍ତଙ୍କୁ ବନ୍ଧୁତା ସୂତ୍ରରେ ବାନ୍ଧିରଖିଥିଲା । ଏଭଳି ଜଣେ ବ୍ୟକ୍ତିଙ୍କର ବିୟୋଗ କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ବୋଲି କଂଗ୍ରେସନେତାମାନେ କହିଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.