Home ଜିଲ୍ଲା ପରିକ୍ରମା ସମ୍ବିଧାନ ବଞ୍ଚାଅ ଦିବସ ପାଳିତ

ସମ୍ବିଧାନ ବଞ୍ଚାଅ ଦିବସ ପାଳିତ

88

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକର ଙ୍କ ୧୩୧ତମ ଜୟନ୍ତୀ ସହ ସମ୍ବିଧାନ ବଞ୍ଚାଅ ଦିବସ ଭଦ୍ରକ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ପାଳନ କରାଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ସିପିଆଇ(ଏମ୍‌)ର ବରିଷ୍ଠ ନେତା କମ୍ରେଡ ଚନ୍ଦ୍ରଶେଖର ନାୟକ । ଉପସ୍ଥିତ ନେତାମାନେ କହିଥିଲେ କି ଦେଶରେ ଯେଉଁ ପବିତ୍ର ସମ୍ବିଧାନ ୧୪୦କୋଟିଙ୍କ ହିତରେ କାମ କରୁଛି, କେନ୍ଦ୍ରରେ ବିଜେପି ସରକାର ଆର୍ ଏସ୍ ଏସ୍ ପ୍ରରୋଚନାରେ ତାହାକୁ ଦୁର୍ବଳ କରି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । ଦେଶରେ ସାମ୍ପ୍ରଦାଯିକ ସଂପ୍ରୀତିକୁ ନଷ୍ଟ କରୁଛି ବିଜେପି ସରକାର । ଡଃ ଆମ୍ବେଦକର ଯେଉଁ ଘୃଣ୍ୟ ଜାତି ପ୍ରଥାକୁ ବିରୋଧ କରି ସମାଜକୁ ପ୍ରଗତି ଅଭିମୁଖେ ନେବାକୁ ତମାମ ଜୀବନକୁ ବାଜି ଲଗାଇଥିଲେ, ମାତ୍ର ଆଜି ବିଜେପି ସରକାର ଉଗ୍ର ଜାତିଆଣ ମାନସିକତା ତିଆରି କରି ମାନବ ସମାଜକୁ ଭାଗ ଭାଗ କରି ରଖିବାକୁ ଉଦ୍ୟମ କରୁଛି ।କରୋନାର ଦ୍ୱାହି ଦେଇଦେଶର ଅର୍ଥନୀତିକୁ ଧ୍ୱଂସ କରିଛି ମୋଦି ସରକାର । ରାଷ୍ଟ୍ରୀୟ ସଂସ୍ଥାକୁ ଅମ୍ବାନୀ ଆଦାନୀ ପରି କମ୍ପାନୀ ମାନଙ୍କୁ ବିକ୍ରି କରି ସାଧାରଣ ଜନଗଣଙ୍କ ସ୍ୱାର୍ଥକୁ ଉପେକ୍ଷା କରିଛି ମୋଦି ସରକାର ।ତେଣୁ ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକର ଜୟନ୍ତୀରେ ସାରା ଦେଶରେ ଜନଗଣ ବିଜେପି ସରକାର ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି ସିପିଆଇ(ଏମ୍‌)ର ନେତୃତ୍ୱ ମାନେ ଆହ୍ୱାନ ଦେଇ ଥିଲେ । ଦଳର ଜିଲ୍ଲା ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା କମ୍ରେଡ ଦିବ୍ୟସିଂହ ନାୟକ, ନିରଞ୍ଜନ ପାଣି, ପ୍ରଫୁଲ୍ଲ ପାଢି, ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ମହାପାତ୍ର,ରାଧା ଦାସ, ଆଇନଜୀବୀ ଗିରିଧାରୀ ନାଥ, ପ୍ରତାପ କୁମାର ସେଠୀ, ବିନୋଦ ସାହୁ, ସେକ୍ ସତାର ,ସେକ୍ କମର ଡଃ ପ୍ରହଲ୍ଲାଦ ପତି, ସମାଜସେବୀ ଅଗଣି ଚରଣ ଜେନା ଆଦି ଡଃ ବି ଆର୍ ଆମ୍ବେଦକର ଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହିସଭାରେ କୋଭିଡ୍ ନିୟମ ସହ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.