Home ଓଡ଼ିଶା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଖୋଲିଲା ମୋ ସରକାର ୟୁନିଟ

ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଖୋଲିଲା ମୋ ସରକାର ୟୁନିଟ

106

ସମ୍ବଲପୁର, ୨୦/୧୨ (ଓଡ଼ିଆ ପୁଅ) ସମ୍ବଲପୁର ମହାନଗର ନିଗମ ଦପ୍ତର ପରିସରରେ ମୋ ସରକାର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଠାରେ ଲାଇସେନ୍ସ ଆବେଦନ, ଆବାସ, ଗୃହ ନିର୍ମାଣ ପାଇଁ ଆବଶ୍ୟକ ପ୍ଲାନ ମଞୁରୀ ସକାଶେ ଦରଖାସ୍ତ ସହିତ ଜନସାଧାରଣଙ୍କ ଆପତି ଅଭିଯୋଗ ର ଶୁଣାଣୀ କରାଯାଇ ତତକ୍ଷଣାତ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ। ଏଠାରେ ସଫ୍ଟେଓର ସଂଯୋଗ କରାଯାଇ କର୍ମଚାରୀମାନେ ବିଭିନ୍ନ ଦରଖାସ୍ତ ଗ୍ରହଣ କରିବେ। ବିଭିନ୍ନ ଦରଖାସ୍ତର ପ୍ରତିକାର ପାଇଁ ଅବିଧୀ ଧାର୍ଯ୍ୟ କରାଯାଇଛି। ଏହି ନୂତନ ଦପ୍ତର ମଧ୍ୟରେ ହେଲ୍ପ ଡେସ୍କ, ଅଭ୍ୟର୍ଥନା କକ୍ଷ ମଧ୍ୟ ରହିଛି। ନିଗମ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଲୋକଙ୍କୁ ଅସୁବିଧା ବିନା ଏଠାରେ ପୈାର ସେବା ଯୋଗାଇବାର ବ୍ୟବସ୍ତା ହୋଇଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.