Home ଖେଳ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍

ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍

95

ସମ୍ବଲପୁର ୧୪-୮ (ଓଡ଼ିଆ ପୁଅ) : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ୍ ର ଇନଡୋର ହଲ୍ ଠାରେ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୧୩, ୧୫, ୧୭, ୧୯ ରୁ କମ୍ ବୟସର ବାଳକ ବାଳିକାଙ୍କ ପାଇଁ ସିଙ୍ଗିଲ୍ ସ ଏବଂ ଡବଲ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗିତାକୁ ବ୍ୟାଡ଼ମିଣ୍ଟନ ଏସୋସିଏସନର ରାଜ୍ୟ ସଭାପତି ତଥା ବିଧାୟକ ରୋହିତ ପୂଜାରୀ, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଏବଂ କର୍ଣ୍ଣେଲ ଆର୍ .ଭେଙ୍କଟେଶ ମିଳିତ ଭାବେ ଉଦ୍ ଘାଟନ କରିଥିଲେ। ନିଲିନ କୁମାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଅମିତ କୁମାର ସଂଯୋଜକ, ଲକ୍ଷପତି ନନ୍ଦ ମୁଖ୍ୟ ରେଫରି, ଅମୃତ ବଳ, ସୁଧାଂଶୁ ମହାପାତ୍ର ଓ ଜୟନ୍ତ ମିଶ୍ର ଅମ୍ପାୟାର ଥିଲେ। ‘ମାଇଁ ଲାଇକ୍ ମାଇଁ ପ୍ଲାନ୍ ’ ଏବଂ ସମ୍ବଲପୁର ବ୍ୟାଡ଼ମିଣ୍ଟନ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜ୍ୟୋତି ସ୍ୱରୂପ ସେଠ ଏବଂ ରାମ ସ୍ୱରୂପ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ନନ୍ଦିଶ ପୋଦାର, ଜିତେନ ମହାନନ୍ଦିଆ, ତହସିଫ୍ ଖାଁ, ତୁଷିତ କେଜରିୱାଲ, ପୂର୍ବା ପ୍ରତ୍ୟାଶା, ଶ୍ରେୟା ବିଶ୍ୱାଳ ଏବଂ ଇଶାନି ସାହୁଙ୍କ ଭଳି ରାଜ୍ୟ ସ୍ତରୀୟ ଖେଳାଳୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.