Home ଓଡ଼ିଶା ସମୀର ଦାସଙ୍କ ସଠିକ୍ ଉତ୍ତର !

ସମୀର ଦାସଙ୍କ ସଠିକ୍ ଉତ୍ତର !

216

ଭୁବନେଶ୍ୱର, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି, ଯାହାକୁ ଶୁଣିଲେ ଆପଣ ବି ଚୁପ ହୋଇ ରହିିଥିଲେ।

ସେ କହିଛନ୍ତି, ରାଜ୍ୟରେ ୩୭୦ଟି ପଞ୍ଚାୟତରେ ହାଇସ୍କୁଲ ପ୍ରତିଷ୍ଠା କରାଯାଇ ନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୪ଟି ଗ୍ରାମ ପଞ୍ଚାୟତରେ ମଧ୍ୟ ହାଇସ୍କୁଲ ନାହିଁ। କରଞ୍ଜକଟା, ମହାଲିକପଡ଼ା, ପିତାମ୍ବରପୁର ଏବଂ ରାଧାନଗରରେ ହାଇସ୍କୁଲ ନାହିଁ।

ଏହାସହ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆରଏମ୍‌ଏସ୍‌ଏ ଯୋଗ୍ୟତା ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଉଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.