Home ଜିଲ୍ଲା ପରିକ୍ରମା ସମାଜସେବୀ ଦୋଳ ଗୋବିିନ୍ଦ ଓ ମହେନ୍ଦ୍ରଙ୍କ ସ୍ମୃତିସଭା

ସମାଜସେବୀ ଦୋଳ ଗୋବିିନ୍ଦ ଓ ମହେନ୍ଦ୍ରଙ୍କ ସ୍ମୃତିସଭା

2

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ସମାଜସେବୀ ଦୋଳ ଗୋବିନ୍ଦ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତୁଳସୀପୁର ଠାରେ ପାଳିତ ହୋଇଯାଇଛି । ସୁବାଷ ପଣ୍ଡାଙ୍କ ପୌରହିତ୍ୟରେ ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳକୃଷ୍ଣ ଦାଶ, ଶିବାନନ୍ଦ ଦାସଅଧିକାରୀ,ଆଇନଜିବୀ ଚିନ୍ମୟ ମହାପାତ୍ର, ସାମ୍ବାଦିକ ହେମନ୍ତ ସିଂହ, ରମାକାନ୍ତ ନାୟକ, ଅଶୋକ ପରିଡା, ଧିବର ସାମଲ, ଅଗଣା ସାହୁ ପ୍ରମୁଖ ସ୍ୱର୍ଗତଃ ଦୋଳଗୋବିନ୍ଦଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ସୁଷମା ପଣ୍ଡା, ରମେଶ ପଣ୍ଡା, ମଦନମୋହନ ଦାଶ, ନରେଶ ପଣ୍ଡା, ଲୀଳାବତୀ କର, ସୁରେଶ ପଣ୍ଡା, ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମହାନ୍ତିପଡା ପଚାଂୟତ ବଉଳଡିହି ଗ୍ରାମର ମହେନ୍ଦ୍ର ଚରଣ ନାୟକଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି । ମଝିଆପୁତ୍ର ପଙ୍କଜ ନାୟକଙ୍କ ଆବାହକତ୍ୱରେ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ବିଜେପିନେତା ଗୋପାଳକୃଷ୍ଣ ଦାଶ, ଶିବାନନ୍ଦ ଦାସଅଧିକାରୀ,ଆଇନଜିବୀ ଚିନ୍ମୟ ମହାପାତ୍ର, ସାମ୍ବାଦିକ ହେମନ୍ତ ସିଂହ, ରମାକାନ୍ତ ନାୟକ, ଅଶୋକ ପରିଡା, ଧିବର ସାମଲ, ଅଗଣା ସାହୁ , ବୁଥ ସଭାପତି ସୁଶାନ୍ତ ରଣା, ପପୁ ନାୟକ, ଟିକି ବେହେରା, ଚିନ୍ତାମଣୀ ମହାରଣା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରି ମହେନ୍ଦ୍ର ଜଣେ ସରଳ, ମେଳାପୀ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ଜୈଷ୍ଠପୁତ୍ର ରମେଶ ଚନ୍ଦ୍ର ନାୟକ, ମାନସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.