ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଂଚାୟତ ଅଧିନ ବାରୋ ନାୟକାଣୀ ସାହିର ସମାଜସେବୀ ଜ୍ଞାନେନ୍ଦ୍ର କୁମାର ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ସନ୍ୟାସୀ ଚରଣ ବ୍ରହ୍ମଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ଜୀବନାନନ୍ଦ ଦାସ, ଦୁଃଶାସନ ନାୟକ, ଧ୍ରୁବ ଚରଣ ସାମନ୍ତରାୟ ମହାପାତ୍ର, ନରହରି ନାୟକ, ଗଙ୍ଗାଧର ଦାସ, ଭାଗିରଥି ଦାସ, ପ୍ରଶାନ୍ତ ମଳିକ, ବିଲଣା ପଂଚାୟତର ଜ୍ୱାଇଁ ଶିକ୍ଷକ ଜଗନ୍ନାଥ ମହାକୁଡ଼ ଓ ବୋଡ଼କ ପଂଚାୟତର ବିଷ୍ଣୁ ଚରଣ ପଲେଇ, ଭାଗବତ ପଲେଇ, ଦୁଃଶାସନ ପରିଡା ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ମୃତି ଚାରଣ କରିଥିଲେ। ଶେଷରେ ପୁତ୍ର ତାପସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଜ୍ୱାଇଁ ଜୟକୃଷ୍ଣ, ଭକ୍ତହରି, ସୁଶାନ୍ତ, ପୁତୁରା ବିଜୟ ଏବଂ ନାତି ଅନୁରାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।








