Home ଜିଲ୍ଲା ପରିକ୍ରମା ସମାଜସେବୀ ଗୟାଧର ରାୟଙ୍କ ପରଲୋକରେ ଶୋକ

ସମାଜସେବୀ ଗୟାଧର ରାୟଙ୍କ ପରଲୋକରେ ଶୋକ

24

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର କଲେଇ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଗୟାଧର ରାୟଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲେ । ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ଘରୋଇ ଚିକିତ୍ସିାରେ ଥିବାବେଳେ ହଠାତ୍ ସନ୍ଧ୍ୟାରେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ତାଙ୍କ ମର ଶରୀରକୁ ଜନ୍ମମାଟି କଲେଇ ପଂଚାୟତର ବଳଭଦ୍ରପୁର ଗାଁକୁ ନିଆଯାଇ ଆଜି ଶବ ସତ୍କାର କରାଯାଇଛି । ତାଙ୍କ ଶେଷଦର୍ଶନ ପାଇଁ ପଂଚାୟତର ବିଭିନ୍ନ ଅଂଚଳରୁ ଶହ ଶହ ଲୋକଙ୍କ ଭିଡ ତାଙ୍କ ବାସଭବନରେ ଲାଗିରହିଥିଲା । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ରାୟ ଦିବଂଗତ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ରାୟଙ୍କର ପିତା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ବଡବାପା ଓ ଭଦ୍ରକ ଜିଲା ବିଜେଡି ସଂପାଦକ ଇଂ ତାପସ କୁମାର ରାୟଙ୍କ ଜେଜେ ଅଟନ୍ତି । ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଦେବେନ୍ଦ୍ର, ହେମେନ୍ଦ୍ର, ବୀରେନ୍ଦ୍ର ଓ ରବିନ୍ଦ୍ର ଓ ପୁତ୍ରବଧୂ, ଝିଅ-ଜ୍ୱାଇଁ, ନାତି-ନାତୁଣୀମାନେ ଉପସ୍ଥିତ ଥିଲେ । ପୁତ୍ର ଦେବେନ୍ଦ୍ର ପିତାଙ୍କୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ବ୍ଲକ୍ ଚେୟାରମେନ ଉର୍ମିଳା ନାୟକ ଶୋକ ବ୍ୟକ୍ତ କରିଥିବାବେଳେ କଲେଇ ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.