Home ଜିଲ୍ଲା ପରିକ୍ରମା ଭଦ୍ରକାଳୀ ଲାୟନ୍ସ ଡିଭାଇନର ୧୩ତମ ଅଧିଷ୍ଠାନ ଦିବସ ଓ ନୂତନ କର୍ମକର୍ତ୍ତା ଘୋଷଣା

ଭଦ୍ରକାଳୀ ଲାୟନ୍ସ ଡିଭାଇନର ୧୩ତମ ଅଧିଷ୍ଠାନ ଦିବସ ଓ ନୂତନ କର୍ମକର୍ତ୍ତା ଘୋଷଣା

57

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବ୍‌ର ୧୩ତମ ଅଧିଷ୍ଠାନ ଦିବସ ଆଜି ସଂସ୍‌ୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଡ. ବଳରାମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ପ୍ରଭାତ ଧଳ ଅଧ୍ୟକ୍ଷତା କରିଥିଲେ । ଏହାପରେ ପ୍ରଫେସର ଡ. ମିଶ୍ର ମୁଖ୍ୟଅତିଥି ଭିଡିଜି ପ୍ରଲୁବ୍ଧ ଜେନା, ପିଡିଜି ପ୍ରଫୁଲ୍ଲ କୁମାର ସାମଲ,ଏବଂ ଇନ୍‌ଷ୍ଟାଲିଙ୍ଗ ଅଫିସର ପ୍ରକାଶ ଜେନାଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ ସଂପାଦକ ଇଂ ସନ୍ତୋଷ କୁମାର ପତି ବିବରଣୀ ପାଠ କରିଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତାମାନଙ୍କୁ ପିଡିଜି ଶ୍ରୀ ଜେନା ଶପଥପାଠ କରାଇ ଲାୟନ ପିନ୍ ପ୍ରଦାନ କରିଥିଲେ । ଏବଂ ଲାୟୋନିଜିମ୍ ଉପରେ ବକ୍ତବ୍ୟ ରଖିଥିଲେ । ଏହାପରେ ନୂତନ ସଭାପତି ଭାବେ ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ରଙ୍କୁ ପୂର୍ବତନ ସଭାପତି ଲାୟନ ଶ୍ରୀ ଧଳ ଗୋବଲ ହସ୍ତାନ୍ତର କରିଥିଲେ । ଅନ୍ୟତମ ଅତିଥି ପିଡିଡି ଶ୍ରୀ ସାମଲ ସମସ୍ତଙ୍କୁ ମୋଟିଭେସନାଲ ବକ୍ତବ୍ୟ ପ୍ରଦାନ କରି ସମସ୍ତ ସଭ୍ୟମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ନୂତନ କର୍ମକର୍ତ୍ତା ଭାବେ ସଭାପତି ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ର, ସଂପାଦକ ଇଂ ସନ୍ତୋଷ ପତି, କୋଷାଧ୍ୟକ୍ଷ ଭାବେ ଲାୟନ ପ୍ରତାପ ଚନ୍ଦ୍ର ନାୟକ, ଉପ ସଭାପତି ତିଳୋତ୍ତମା ପଣ୍ଡା ଓ ବର୍ଷା ମଙ୍ଗଳ ସନ୍ଧ୍ୟା, ଲାୟନ ଟେମର ଭାବେ ଅମର କୁମାର ମହାନ୍ତି, ଟେଲ ଟୁଇଷ୍ଟର ଭାବେ କବିତା ପତି, ମେମ୍ବରସିପ୍ ଡାଇରେକ୍ଟର ଭାବେ ଗୀତାଞ୍ଜଳି ଦ୍ୱିବେଦୀ, ସର୍ଭିସ୍ ଡାଇରେକ୍ଟର ଭାପେ ପଦ୍ମନ କୁମାର ରାୟ ଓ ଡାଇରେକ୍ଟରର୍ସ ଭାବେ ପ୍ରଫେସର ଡ. ବଳରାମ ମିଶ୍ର, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଓ ବୈଲୋଚନ ବେହୁରିଆ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ନାରାୟଣ ଚନ୍ଦ୍ର ମିଶ୍ର ଶାନ୍ତି ବାର୍ତ୍ତା ପାଠ କରିଥିଲେ । ଏହି ଉତ୍ସବରେ ଅଧ୍ୟାପକ ଶ୍ରୀଧର ସାହୁ, ଶିଶୁ ସାହିତ୍ୟିକ ପୂର୍ବତନ ପ୍ରଧାନ ଶିକ୍ଷକ ହରମୋହନ କୁଅଁରଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ କୁମାର ମହାନ୍ତି, କେନ୍ଦୁଝର ରୋଟାରୀ କ୍ଲବ୍‌ର ସଭାପତି ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟ, ଭଦ୍ରକ ରୋଟାରୀ କ୍ଲବ୍‌ର ପୂର୍ବତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରଜିତ୍ ସାହୁ, ଅଜୟ ନାୟକ, ସୁଧାକର ରାଉତ, ଡ. ହରେକୃଷ୍ଣ ନାୟକ, ଭଦ୍ରକ ଲାୟନ୍ସ କ୍ଲବ୍‌ର ଓମ୍‌ପ୍ରକାଶ ଗୁପ୍ତା, ଇଂ ଅମ୍ବିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଇଂ ସନ୍ତୋଷ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.