Home ଜିଲ୍ଲା ପରିକ୍ରମା ସମଲିଙ୍ଗି ବିବାହ ବିରୋଧରେ ରାଷ୍ଟ୍ରପତିଙ୍କୁ ଜ୍ଞାପନ

ସମଲିଙ୍ଗି ବିବାହ ବିରୋଧରେ ରାଷ୍ଟ୍ରପତିଙ୍କୁ ଜ୍ଞାପନ

44

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନାରୀ ସମାଜ ତରଫରୁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ସମଲିଙ୍ଗି ବିବାହ ବିଷୟକୁ ନେଇ ତତ୍ପରତା ବିରୋଧରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଜ୍ଞାପନ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରିତ କରାଯାଇଛି । ସମଗ୍ର ରାଷ୍ଟ୍ରରେ ଆଜି ସାମାଜିକ ଓ ଆର୍ôଥକ କ୍ଷେତ୍ରରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିବାବେଳେ ସୁପ୍ରିମକୋର୍ଟରେ ଅନେକ ଜଟିଳ ବିଷୟ ବିଚାରଧିନ ଅଛି ମାନ୍ୟବର ସୁପ୍ରିମକୋର୍ଟ ତାହାର ଶୁଣାଣି ଓ ନିଷ୍ପତ୍ତି ନେବାରେ ଗୁରୁତ୍ୱ ଦେଉନଥିବା ବେଳେ ସୁପ୍ରିମକୋର୍ଟରେ ସମଲିଙ୍ଗି ବିବାହ ବ୍ୟବସ୍ଥା ପାଇଁ ତତ୍ପରତା ଦେଖାଇବା ଆଶ୍ଚର୍ଯ୍ୟଜନକ । ଭାରତ ବିଭିନ୍ନ ଧର୍ମ, ଜାତି, ଉପଜାତିର ସମାହାର । ପ୍ରାକ୍ ବୈଦିକ କାଳରୁ ପୁରୁଷ ମହିଳାଙ୍କ ମଧ୍ୟରେ ବିବାହକୁ ସ୍ୱୀକୃତି ଦିଆଯାଇଛି । ଏହି ବିବାହ କେବଳ ବ୍ୟକ୍ତିଗତ ବ୍ୟବସ୍ଥା ନୁହେଁ ବରଂ ଏହା ମାନବ ଜାତିର ଅଗ୍ରଗତି । ବିବାହ ବ୍ୟବସ୍ଥାକୁ ଏକ ପବିତ୍ର ମିଳନ ଭାବରେ ଭାରତୀୟ ସଂସ୍କୃତି ସ୍ୱୀକୃତି ଦେଇଛି । ବିଦେଶି ପରମ୍ପରା ପରି ଏହା କେବଳ ଏକ ଚୁକ୍ତିନାମା ନୁହେଁ, ଏହା ସମୟ ପରୀକ୍ଷିତ ଅନୁଷ୍ଠାନ ଏବଂ ଏହାକୁ ଦୁର୍ବଳ କରିବା ଦ୍ୱାରା ଭାରତର ସାମାଜିକ ସ୍ଥିତି ଭୁଷୁଡି ପଡିବ ।

ସମଲିଙ୍ଗି ହେଉଛି ସଂସ୍କୃତି ବିରୋଧି ଏବଂ ପ୍ରକୃତି ବିରୋଧି । ପ୍ରକୃତି ପୁରୁଷ, ନାରୀ ସୃଷ୍ଟି କରିଛି, ସେମାନେ ପରସ୍ପର ପରିପୂରକ । ଭାରତୀୟ ସଂସ୍କୃତିରେ ବିବାହ ଏକ ବନ୍ଧନ, ଦୁଇଟି ପରିବାରର ସମ୍ପର୍କର ସେତୁ ସୃଷ୍ଟି କରେ । ଏହା ଏକ ସାମାଜିକ ବ୍ୟବସ୍ଥା । ସମସ୍ତେ ପରସ୍ପରକୁ ଭଲ ପାଇବାରେ କୌଣସି ସମସ୍ୟା ନୁହେଁ କିନ୍ତୁ ବିବାହର ସ୍ୱୀକୃତି ହେବା ଆଦୌ ସମୀଚୀନ ନୁହେଁ । ପଶୁପକ୍ଷୀ ମଧ୍ୟ ଏହି ପ୍ରକୃତିର ନିୟମରେ ବନ୍ଧା । ମଣିଷ ସମଲିଙ୍ଗି ହୋଇ ପଶୁ ପକ୍ଷୀ ଠାରୁ ହୀନ ହୋଇଯିବକି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ଏଥିପାଇଁ ଆଜି ଭଦ୍ରକର ମହିଳା ସମାଜର ପ୍ରତିନିଧିମାନେ ସରୋଜିନୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର ଟୁଡୁଙ୍କୁ ଭେଟି ଜ୍ଞାପନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଳୀନୀବାଳା ଦାଶ, ମଧୁସ୍ମିତା ମହାପାତ୍ର, କବିତା ସାହୁ, ରଞ୍ଜୁଲତା ସ୍ୱାଇଁ, ସିପ୍ରା ରାଉତ, ମୋନାଲିସା ରାଉତ, ପ୍ରିୟଙ୍କ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.