Home କେନ୍ଦୁଝର ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ

ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ

68

ହାଟଡିହି- ୧୩ / ୧୧ : ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିଲେ ମଧ୍ୟ ସେମାନେ ଘର କରିନାହାନ୍ତି । କିନ୍ତୁ ସେମାନେ ଭିନ୍ନ ଲୋକଙ୍କ ଘରର ଫଟୋ ଲଗାଇ ଅଧିକ ଅନୁଦାନ ହାତେଇ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏପିଡି ରଶ୍ମୀରାଣୀ ମହାନ୍ତ ଓ ଏପିଡି ଜୟଶ୍ରୀ ବେଉରା , ବିଡିଓ ଜୟଦେବ ଦାସ ପ୍ରମୁଖ ସମଣା ପଞ୍ଚାୟତର ସମଣା, ଗିରିଗାଁ, ଆଗିରିଆ, ଦୁଡୁଗାଁ ପ୍ରଭୃତି ଗ୍ରାମ ପରିଦର୍ଶନ କରି ୧୨ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ଆବାସ ଯୋଜନାର ତଦାରଖ କରିଛନ୍ତି । କଣ ପାଇଁ ଘର କରିନାହାନ୍ତି ସେ ସମ୍ପର୍କରେ ମଧ୍ୟ ହିତାଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ହିତାଧିକାରୀ ମାନେ ପାଇଥିବା ଅନୁଦାନ ମୁତାବକ ଘର କରିନଥିଲେ ମଧ୍ୟ କିପରି ସେମାନଙ୍କୁ ଅଧିକ ଅନୁଦାନ ଦିଆଗଲା ସେନେଇ ମଧ୍ୟ ତଦନ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.