Home ଜିଲ୍ଲା ପରିକ୍ରମା ସବ୍ ଜୁନିଅର ଟେନିକଏଟ ଓଡ଼ିଶା ଦଳରେ ଭଦ୍ରକରୁ ୩ ସ୍ଥାନ ପାଇଲେ

ସବ୍ ଜୁନିଅର ଟେନିକଏଟ ଓଡ଼ିଶା ଦଳରେ ଭଦ୍ରକରୁ ୩ ସ୍ଥାନ ପାଇଲେ

17

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ଧ୍ରପ୍ରଦେଶର ଅଙ୍କାପଲ୍ଲୀଠାରେ ଗତକାଲି ଠାରୁୁ ଆରମ୍ଭ ହୋଇଥିବା ୩୫ତମ ଜାତୀୟ ସବ୍ ଜୁନିଅର ଟେନିକଏଟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଳାର ୩ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ୧୨ଜଣ (ବାଳକ ଓ ବାଳିକା) ଖେଳାଳୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୨ଜଣ ବାଳିକା ଏବଂ ଜଣେ ବାଳକ ସ୍ଥାନ ପାଇଛନ୍ତି। ଏହି ଖେଳାଳୀମାନେ ହେଲେ ବାଳକ ବିଭାଗର ପୀୟୂଷ ପ୍ରୀତମ ଦୀକ୍ଷିତ। ସେ ଭଦ୍ରକ ଏସ୍‌ବିଡି ଇଣ୍ଟର ନ୍ୟାସନାଲ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର। ତାଙ୍କ ଓଡ଼ିଶା ଦଳରେ ଚୟନ ନେଇ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବାଳିକା ବିଭାଗରେ ଚୟନ ହୋଇଥିବା ୨ ଜଣ ଖେଳାଳୀ ହେଲେ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲୀ ଏବଂ ଖୁସି କୁମାରୀ ସାହାଣୀ। ଏହି ଦୁଇ ଖେଳାଳୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ସାହୁ, ପ୍ରଜ୍ଞା ବଳ, ଦମୟନ୍ତୀ ନାଏକ, ପ୍ରାକ୍ତନ କ୍ରୀଡ଼ା ଶିକ୍ଷୟତ୍ରୀ ଜୟମିନ୍ ପରିଡ଼ା, ଭଦ୍ରକ ଜିଲ୍ଲା ଟେନିକଏଟ ସଂଘର ସଭାପତି ଗୋଲକ ନାୟକ, କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ ଏବଂ ସଦସ୍ୟମାନେ ଶୁଭେଚ୍ଛା ଜଣାଇ ସେମାନଙ୍କ ସଫଳତା କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.