Home ଓଡ଼ିଶା ସଫେଇ ମିତ୍ର ଅମୃତ ସମ୍ମାନ, ଜିଲ୍ଲାପ୍ରଶାସନ ଦ୍ୱାରା୧୦୦ଜଣ ସଫେଇ କର୍ମଚାରୀ ସମ୍ମାନୀତ

ସଫେଇ ମିତ୍ର ଅମୃତ ସମ୍ମାନ, ଜିଲ୍ଲାପ୍ରଶାସନ ଦ୍ୱାରା୧୦୦ଜଣ ସଫେଇ କର୍ମଚାରୀ ସମ୍ମାନୀତ

29

ମାଲକାନଗିରିି,୪ା୧୦ (ଓଡିଆ ପୁଅ )ମାଲକାନଗିରି ନଗର ଭବନଠାରେ ଆୟୋଜିତ ଆଜାଦି କି ଅମୃତ ମହୋତ୍ସବ ଅବସରେ ସଫେଇ ମିତ୍ର ଅମୃତ ସମ୍ମାନ କାର୍ଯ୍ୟକ୍ରମ ପୌରପରିଷଦ ପକ୍ଷରୁ ଅନୁଷ୍ଟିତ ହୋଇ ଯାଇଛି ।ଆଜି ନଗରଭବନ ଠାରେ ପୌରପରିଷଦ ନିର୍ବାହି ଅଧିକାରୀ ତ୍ରୀଶୁଳ ମାର୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ ଯୋଗ ଦେଇ ଉକ୍ତ ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ୧୦୦ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ ଓ ଦୁର୍ଯ୍ୟଧନ ପାତ୍ର ଉପସ୍ଥିତ ରହି ଆଜାଦୀ କା ଅମୃତ ମହୋତ୍ସବ ର ତାତ୍ପର୍ଯ୍ୟତା ସଂପର୍କରେ କହିବା ସହିତ ସହରକୁ ଅଳିଆ ଆବର୍ଜାନା,ବର୍ଜ୍ୟବସ୍ତୁ,ପଲିଥିନ ମୁକ୍ତ କରି ସ୍ୱଚ୍ଛସୁନ୍ଦର ଭାବେ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ପୌରପରିଷଦ ସ୍ୱଚ୍ଛଭାରତ ପରିମଳ ଯନ୍ତ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ପରିଚାଳନା କରି ସେ କହିଥିଲେ ପୌରପରିଷଦ ଅଚଂଳରୁ ଘର ଘର ବୁଲି ଗାଡି ଯୋଗେ ସଂଗ୍ରହ କରାଯାଉଥିବା ଅଳିଆ ଆବର୍ଜାନା,ବର୍ଜବସ୍ତୁ କୁ ନେଇ ଏକ ଜୈବସାର ପ୍ରକଳ୍ପ ପ୍ରତିଷ୍ଟା କରାଯାଇଛି । ଏହି ଜୈବସାର ବିକ୍ରୀ ଲବ୍ଧ ଟଙ୍କାରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଆଜି ବଡଖାନା ର ଆୟୋଜନ କରାଯାଇଛି । ଶେଷ ରେ ପ୍ରଧନମନ୍ତ୍ରୀ ଆବାସ ଯୋଜନାର କନିଷ୍ଟ ଯନ୍ତ୍ରୀ ସୁଭକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧିନରେ କାର୍ଯ୍ୟରତ ୧୪୦ଜଣ ସଫେଇ କର୍ମଚାରୀ ,ସୁପରଭାଇଜର ଓ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ରହି ବଡ। ଖାନାରେ ଅଂଶଗ୍ରହଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.