Home ଜିଲ୍ଲା ପରିକ୍ରମା ସଫଳ ଛାତ୍ର ଅରବାଜଙ୍କୁ ଏଏମବି ସ୍କୁଲରେ ଭବ୍ୟ ସମ୍ବର୍ଦ୍ଧନା

ସଫଳ ଛାତ୍ର ଅରବାଜଙ୍କୁ ଏଏମବି ସ୍କୁଲରେ ଭବ୍ୟ ସମ୍ବର୍ଦ୍ଧନା

1

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତଫାପୁର ଗ୍ରାମର ମେଧାବୀ ଛାତ୍ର ସେକ ଅରବାଜ ହୁସେନ ଜାତୀୟ ସ୍ତରର ‘ନେଷ୍ଟ’ ପରୀକ୍ଷାରେ କୃତିତ୍ୱ ହାସଲ କରି ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ବିଜ୍ଞାନ ଗବେଷଣା ସଂସ୍ଥାନ ‘ନାଇଜର’ରେ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିବା ଏଏମବି ଇଂଲିଶ ମିଡିୟମ ସ୍କୁଲ ପରିସରରେ ତାଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଛି। ସ୍କୁଲର ମୁଖ୍ୟ ସେକ ଆଜାଦ ଅଲ୍ଲି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରବାଜଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ବୈଜ୍ଞାନିକ ହେବାର ସଂକଳ୍ପକୁ ଭୂୟସୀ ପ୍ରଶଂସା କରାଯାଇଥିଲା। କରୋନା ମହାମାରୀ ରେ ବାପାଙ୍କୁ ହରାଇବା ଏବଂ ବସ୍ତିର ସଂଘର୍ଷମୟ ପରିବେଶ ସତ୍ୱେ ଅରବାଜ ଙ୍କ ଏହି ଆଶାତୀତ ସଫଳତା ସମଗ୍ର ଅଂଚଳ ପାଇଁ ଗୌରବ ଆଣିଦେଇଛି।ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଅରବାଜଙ୍କ ଏହି ଅସାଧାରଣ ସଫଳତା ଅନ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ବିଦ୍ୟାଳୟର ମୁଖ୍ୟ ଆଶାପ୍ରକାଶ କରିବା ସହ ତାଙ୍କର ସୁଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ତେବେ ମୋ ସଫଳତା ପଛରେ ମୋ ମା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଆଶୀର୍ବାଦ ରହିଛି ବୋଲି ସଫଳ ଛାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.