Home ଆମ ପର୍ବ ପର୍ବାଣୀ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ୯୪ତମ ଜନ୍ମୋତ୍ସବ ପାଳିତ

ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ୯୪ତମ ଜନ୍ମୋତ୍ସବ ପାଳିତ

129

ଯାଜପୁର୨୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲିର ସାଇ ମନ୍ଦିର ପରିସରରେ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମୋତ୍ସବ ପାଣିକୋଇଲି ସାଇ ଭଜନମଣ୍ଡଳୀ ଆନୁକୂଲ୍ୟରେ ମହାଆଡମ୍ବରରେ ପାଳିତ ହୋଇଛି । ପ୍ରାତଃ ସାଢେ୪ଟାରୁ ଓଁକାର ସୁପ୍ରଭାମ୍, ନଗର ସଙ୍ର୍କିତନ, ମଙ୍ଗଳବାଦ୍ୟ, ଷୋଡଶ ଉପଚାର ପୂଜା, ନଗର ପରିକ୍ରମା, ଜଜନ, ଜ୍ୟୋତି ଆବାହନ ଓ ବେଦ ପାଠ କରାଯାଇଥିଲା । ପୂର୍ବାହ୍ନରେ ଆବାହକ ସୁରେନ୍ଦ୍ରନାଥ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ବାଲବିକାଶ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ପୁଷ୍ପ ଅର୍ପଣ କରିଥିଲେ । ଆବାହକ ସୁରେନ୍ଦ୍ରନାଥ ସେଠୀଙ୍କ ତତ୍ୱାବଧାନରେ ସତ୍ୟସାଇ ସେବା ସମିତିର ପୂର୍ବତନ ଜିଲ୍ଲା ସଭାପତି ପଂଚାନନ ପଣ୍ଡା ଯୋଗଦେଇ ଆଧ୍ୟାତ୍ମିକ ଆଲୋଚନା ପ୍ରଦାନ କରିଥିଲେ । ବାଳବିକାଶ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ପରେ କୃତଜ୍ଞତା ଜ୍ଞାପନ, ନାରାୟଣଙ୍କ ବସ୍ତ୍ର ପ୍ରଦାନ ଓ ଭଗବାନଙ୍କୁ ମଙ୍ଗଳ ଆରତୀ ଓ ପ୍ରସାଦ ସେବନ କରାଯାଇଥିଲା । ଅପରାହ୍ନରେ ୯୪ଟି ପ୍ରଦୀପ ପ୍ରଜ୍ଝ୍ୱଳନ ପରେ ଭଜନ, ଭକ୍ତି, ଭକ୍ତି ସଙ୍ଗୀତ “ସାଇପ୍ରେମ ଧାରା” ପରେ ଜନ୍ମଦିନ ଉତ୍ସବ ଉପଲକ୍ଷେ  ଉତ୍ସର୍ଗ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା । ଶେଷରେ ଅଲେଖ ପ୍ରସାଦ ସାହୁୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ମଙ୍ଗଳ ଆରତୀ କରାଯାଇଥିଲା । ସନ୍ଧ୍ୟାରେ ବାଳବିକାଶ ଛାତ୍ର/ଛାତ୍ରୀଙ୍କ ଦ୍ୱାରା ଆଧାତ୍ମିକ ନାଟକ “ମା”ମଂଚସ୍ଥ କରାଯାଇଥିଲା । ଶେଷରେ ସୁକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲତିକା ପୃଷ୍ଟି, ମଧୁସୂଦନ ପଣ୍ଡା, ସନ୍ତୋଷ କୁମାର ମହାକୁଡ, ଅଲେଖ ଚନ୍ଦ୍ର ସାହୁ, ଗତିକୃଷ୍ଣ ପାଢୀ, ବସନ୍ତ କୁମାର ମହାକୁଡ, ଅଚୁତ୍ୟାନନ୍ଦ ସାହୁ ମୂଳି ମାଝୀ.ସୁକାନ୍ତ ସାହୁଙ୍କ ସମେତ ସାଇପ୍ରେମୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.