Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

46

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ନେଉଳିଆ ଚେକଗେଟ ନିକଟ ବିହାରୀ ଢାବା ସମ୍ମୁଖରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଛି। ଭଦ୍ରକ ପଟୁ ଓଡି ୦୫ ଏଡି ୩୩୮୩ ନଂ ସ୍କୁଟି ଯୋଗେ ଦିନ ପ୍ରାୟ ୧୦.୩୦ ମି. ସମୟରେ କଟକ ଆଡକୁ ଯାଉଥିବା କଟକ ଜିଲ୍ଲା ପାଇକିଆଁରା ଅଞ୍ଚଳର ବିକ୍ରମ ବେହେରା(୩୨)ଙ୍କୁ ପଛରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ଦ୍ରୁତବେଗରେ ପଳାଇ ଯାଇଥିଲା। ଫଳରେ ବିକ୍ରମଙ୍କ ଦୁଇଗୋଡ ବିପର୍ଯ୍ୟସ୍ତ ହୋଇପଡି ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.