Home ଜିଲ୍ଲା ପରିକ୍ରମା ସଟ୍‌ଡାଉନ୍ ସମୟରେ ଜିଲ୍ଲାପାଳଙ୍କ କରୋନା ସଚେତନତା, ଆମାନିଆ ଙ୍କୁ ତାଗିଦ କରି ଜରିମାନା ଆଦାୟ

ସଟ୍‌ଡାଉନ୍ ସମୟରେ ଜିଲ୍ଲାପାଳଙ୍କ କରୋନା ସଚେତନତା, ଆମାନିଆ ଙ୍କୁ ତାଗିଦ କରି ଜରିମାନା ଆଦାୟ

57

ମାଲକାନଗିରି,୮ା୫ (ଓଡିଆ ପୁଅ ) କରୋନା ସଂକ୍ରମଣର ଭୟାବହତା ରୁ ସୁରକ୍ଷିତ ରହିବା ପାଇଁ ସମଗ୍ର ରାଜ୍ୟରେ ୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଓ ସପ୍ତାହାନ୍ତ ଶନିବାର ,ରବିବାରରେ ସଟ୍‌ଡାଉ୍‌ନ ଘୋଷଣା କରାଯାଇଛି । ଆଜି ସପ୍ତାହାନ୍ତ ସଟ୍‌ଡାଉନ୍ ର ପ୍ରଥମ ଦିବସ ରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଅତ୍ୟା ବଶ୍ୟକୀୟ ସମାଗ୍ରୀ ଓ ଔଷଧ ଦୋକାନକୁ ବାଦଦେଇ ଅନ୍ୟାନ ଦୋକାନବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦରହିଛି । ମାଲକାନଗରି ସହରର ର ବିଭିନ୍ନ ଛକ ବଜାର ସ୍ଥାନରେ କେମିତି ସଟ୍‌ଡାଉନ୍ ଚାଲିଛି ଖୋଦ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ବୁଲି ଦେଖିଥିଲେ । ବିନାକାରଣ ରେ ବୁଲୁଥିବା ଅମାନିଆ ମାନଙ୍କୁ ତାଗିଦ କରି ମାସ୍କ ପରିଧନକରିବା, ସାମାଜିକ ଦୂରତା ଅବଲମ୍ବନ କରିବା,ସାନିଟାଇଜର ବ୍ୟବହାର କରିବା ଆଦି କୋଭିଡ ନିୟମ ଓ କରୋନା କଟକଣା ଉପରେ ଜନସଚେତନତାର ବାର୍ତା ଦେଇଥିଲେ ଜିଲ୍ଲାପାଳ । ରାଜ୍ୟସରକାରଙ୍କ ପକ୍ଷରୁ ଘୋଷିତ ଲକ୍‌ଡାଉନ୍ ଓ ସଟ୍ ଡାଉନ୍ ନିୟମ ମାନୁନଥିବା ଅମାନିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ,ବିଭିନ୍ନ ଛକ ବଜାର ନିକଟରେ ଜଣେ ଲେଖା ମାଜିଷ୍ଟ୍ରେଟ ଙ୍କୁ ନିଯୁକ୍ତି କରାଯାଇ ଆଇନ ଉଲଘଂନ କରୁଥିବା ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରିବା ସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ୟେଦୁଲା କହିଛନ୍ତି । ଏହା ବ୍ୟତିତ ବିଭିନ୍ନ ଛକବଜାରରେ ଏସଡିପିଓ ଅଶୁଂମାନ ଦି୍ୱବେଦୀ,ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ବୁଲି ବୁଲି ଡାକବାଜି ଯନ୍ତ୍ର ଯୋଗେ କୋଭିଡ ନିୟମ ଓ କରୋନା କଟକଣା ସଂପର୍କରେ ଜନସଚେତନତାର ବାର୍ତାଦେଉଛନ୍ତି । ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ସହ ବିନାକାରଣରେ ବାହାରେ ବୁଲିବା ଓ ମାସ୍କ ପିନ୍ଧିନଥିବା ଅମାନିଆ ଙ୍କୁ ସାବାଡ କରାଯାଇ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ମାଲାକନଗିରି ଜିଲ୍ଲା ଆନ୍ତରାଜ୍ୟ ବସଷ୍ଟାଣ୍ଡ ଜନଶୂନ୍ୟ ସହିତ ବସଗୁଡିକ ଷ୍ଟାଣ୍ଡରେ ଅଟକିରହିଛି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଛତିଶଗଡ ରାଜ୍ୟସୀମାନ୍ତ ସିଲକରାଯାଇ ଚାଲାଣଗୁଡା ଠାରେ ପୁଲିସ ଚେକପୋଷ୍ଟ କରାଯାଇ ବ୍ୟାପକ ଜାଚଂ ଚାଲିଛି । ଚାରୋଟି ରାଜ୍ୟ ସୀମାନ୍ତ କାଲିମେଳା ବ୍ଲକସ୍ଥ ମୋଟୁ,ପଡିଆ ବ୍ଲକସ୍ଥ କମାରଗୁଡା ଓ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା,ଖଇରପୁଟ ବ୍ଲକ ଗୋବିନ୍ଦପାଲି ଠାରେ ଚେକପୋଷ୍ଟ କରାଯାଇ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଛତିଶଗଡ,ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା, ତାମିଲନାଡୁ, କଣ୍ଣ ର୍ାଟକ ରାଜ୍ୟରୁ ଫେରୁଥିବା ପ୍ରବାସୀ ଙ୍କୁ ଥର୍ମାଲ ସ୍କ୍ରିନିଂ ସହିତ ଆଟିଂଜେନ କୋଭିଡ ଟେଷ୍ଟ କରାଯାଉଛି । ଛତିଶଗଡ,ଆନ୍ଦ୍ରପ୍ରଦେଶ ରାଜ୍ୟ ସୀମା ସିଲ କରିଦିଆ ଯାଇ ୨୪ ଘଟିଂଆ ପୁଲିସ ପ୍ରହରା ଆରମ୍ଭ କରିଦେଇଛନ୍ତି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଜରୁରୀ କାମରେ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡିକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ମେଡିକାଲ କିମ୍ବା ଜରୁରୀ କାମରେ ଯାଉଥିବା ଯାନ ବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମାଲକାନଗିରି ସୀମାଭିତରକୁ ପ୍ରବେଶ କଲେ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଫାଇନାଲ ପ୍ରମାଣପତ୍ର ଦେଖାଇବା ପାଇଁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.