Home ଜିଲ୍ଲା ପରିକ୍ରମା ଖଣ୍ଡପଡ଼ା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନ

ଖଣ୍ଡପଡ଼ା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନ

47

ନୟାଗଡ଼, ୮ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ଯାହାକି ଭାତହାଣ୍ଡିରୁ ଗୋଟିଏ ପରି ସିଧାମୁଳା ପଂଚାୟତ କନାସିଙ୍ଗ ଗ୍ରାମର ବିଧବା ମହିଳା ବୈଦେହୀ ନାୟକ ଓ ବଳଭଦ୍ରପ୍ରସାଦ ପଂଚାୟତର ସତ୍ୟଭାମା ବାରିକଙ୍କ କ୍ଷେତ୍ରରେ ଦେଖାଦେଇଛି। ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସଦାସର୍ବଦା ଗୁରୁତ୍ୱାରୋପ କରି ଆସୁଥିବାବେଳେ କିଛି ଦୁର୍ନୀତିଖୋରଙ୍କ ଯୋଗୁଁ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଗତବର୍ଷ ବାତ୍ୟାରେ ସତ୍ୟଭାମା ବାରିକଙ୍କ ଝାଟିମାଟିର ଚାଳିଆ ଘର ଖଣ୍ଡିକ ଭୁଷୁଡ଼ି ପଡ଼ିଥିବାବେଳେ ସରକାରୀ ସ୍ତରରେ ଅନୁକମ୍ପାମୂଳକ ପାଲ ଖଣ୍ଡିଏ ଯୋଗାଇ ଦେଇଥିଲେ। ପ୍ରତିଶୃତି ମିଳିଥିଲା ଘର ଖଣ୍ଡିଏ ଯୋଗାଇ ଦେବାପାଇଁ। ହେଲେ ସରକାରୀ ବାବୁମାନଙ୍କୁ କାକୁତି ମିନତୀ ହୋଇ ବର୍ଷାଧିକ କାଳ ଗୁହାରି କରୁଥିଲେ ମଧ୍ୟ ତାଙ୍କ ପ୍ରତି ଏଯାଏଁ କୃପା ଦୃଷ୍ଟି ପଡ଼ିନଥିବା ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ବିଧବା ବୈଦେହୀଙ୍କୁ କେବଳ ପ୍ରତିଶୃତି ଛଡ଼ା ଏଯାଏଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ବିଭାଗ୍ରୀୟ ନଜର ଏମାନଙ୍କ ପ୍ରତି ପଡ଼ୁବୋଲି ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.