Home ଓଡ଼ିଶା ନୟାଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦୮ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାହିଁ

ନୟାଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦୮ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାହିଁ

70

ନୟାଗଡ଼, ୮ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ଧରୁନି। ଶନିବାର ଏକକାଳୀନ ଜିଲ୍ଲାରେ ୨୦୪ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯୦୮ରେ ପହଂଚିଛି। ସହରରେ ରହୁଥିବା ଲୋକେ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ସହର ଅପେକ୍ଷା ଏବେ ଗାଁ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢୁଥିବାରୁ ଗ୍ରାମାଚଂଳ ଲୋକେ ଅଧିକ ଭୟଭିତ ହୋଇ ପଡ଼ିଛନ୍ତି। ହେଲେ କରୋନା ପ୍ରତି ଭୟ ବଢିଛି ସିନା ସଚେତନତା ଏବେବି ମହଙ୍ଗା ପଡ଼ିଛି। ଯେଉଁଠି ଦେଖିବ ଲୋକମାନଙ୍କ ମେଳିମତାସ ସହ ବିନା ମାସ୍କରେ ଗୁଲି ଖଟି କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଗାଁ ମୁଖିଆମାନଙ୍କୁ ସରକାରୀ କଟକଣା ଉପରେ ଜୋର ଦେବାକୁ ନିର୍ଦ୍ଦେଶାନାମା ଲାଗୁ କରିବା ପାଇଁ ମତପ୍ରକାଶ ପାଉଛି। ଆଜି ଭାପୁର ବ୍ଳକରେ ୬ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବାବେଳେ ଦଶପଲ୍ଲା ବ୍ଳକରେ ୨୫ , ଗଣିଆରେ ୫, ଖଣ୍ଡପଡ଼ାରେ ୩୩, ନୟାଗଡ଼ରେ ୩୪, ନୂଆଗାଁରେ ୧୬, ଓଡ଼ଗାଁରେ ୨୪, ରଣପୁରରେ ୨୮ ଓ ନୟାଗଡ଼ ମ୍ୟୁନିସିପାଲିଟିରେ ୩୩ ଜଣ କରୋନା ଆକ୍ରାନ୍ତଙ୍କ ସହ ଜିଲ୍ଳାରେ ଆଜି ୨୦୪ କରୋନା ସଂକ୍ରମିତଙ୍କ ସନ୍ଧାନ ମିଳିଥିବା ସରକାରୀ ଭାବେ ଜଣାପଡ଼ିଛି। ଏଥିସହ ଜିଲ୍ଲାରେ ଆଜିଯାଏଁ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯୦୮ ରେ ପହଂଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.