ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗାନ୍ଧିପଡ଼ିଆ ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ଅଳକାନନ୍ଦ ମଲ୍ଲିକ, ଅଧ୍ୟାପିକା ପ୍ରାଣୀ ବିଜ୍ଞାନ ବିଭାଗ, ବିନାୟକ ଡ଼ିଗ୍ରୀ କଲେଜ(ପୂର୍ବ ଛାତ୍ରୀ) ଯୋଗ ଦେଇ ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ଶିଶୁମାନଙ୍କୁ ବୁଝାଇଥିଲେ । ମୁଖ୍ୟ ବକ୍ତା ଅକ୍ଷୟ କୁମାର ହୋତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ମୁରଲୀଧର ହାଇସ୍କୁଲ ଧୁଷୁରି (ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ସଂଯୋଜକ, ଭଦ୍ରକ) ଯୋଗ ଦେଇ ଜ୍ଞାନବିଜ୍ଞାନ ମେଳାର ମହତ୍ୱ ଏବଂ ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଉକ୍ତ ମେଳାରେ ସଂଗ୍ରାମ କେଶରୀ ମହାନ୍ତି ଅବସର ପ୍ରାପ୍ତ ଅଧ୍ୟକ୍ଷ ଏ ବି କଲେଜ (ସଂକୁଳ ପ୍ରମୁଖ), ପରିଚାଳନା ସମିତିର ସମ୍ପାଦକ ବିଭୁ ଚନ୍ଦନ ଜେନା, ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ମେଳାରେ ନିବନ୍ଧ ଲିଖନ, ମୂର୍ତି କଳା ପ୍ରଦର୍ଶନୀ, ନୃତ୍ୟକଳା ପ୍ରଦର୍ଶନୀ, ଶିଶୁ ବର୍ଗ, ବାଲ୍ ବର୍ଗ, କିଶୋର ବର୍ଗ ଆଦି ବିଭିନ୍ନ ବିଭାଗରେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଂଚ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରକଳ୍ପ, ବୈଦିକ ଗଣିତ ପ୍ରଶ୍ନମଂଚ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ସଂସ୍କୃତି ଜ୍ଞାନ, ପତ୍ରବାଚନ ଆଦି ଆୟୋଜନ କରାଯାଇଥିଲା । ୭ଟି ବିଦ୍ୟାଳୟର ମୋଟ ୩୦୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ୧୦୦ ଟି ବିଜ୍ଞାନ ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ସଭାପତି ବ୍ରଜ କିଶୋର ବଳ, ମୁଖ୍ୟ ବକ୍ତା ଭାବେ ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠ କୁମାର ବିଶ୍ୱାଳ ଶିଶୁବିଜ୍ଞାନୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ସଂକୁଳ ସଂଯୋଜକ ରାଜକିଶୋର ଦାସ, ସଂକୁଳ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଉପସ୍ଥିତ ରହିଥିଲେ। ସଂକୁଳ ସଂଯୋଜକ ରାଜକିଶୋର ଦାସ ବୃତକଥନ କରିଥିଲେ। ଶିଶୁ ବିଜ୍ଞାନୀ ସୃଷ୍ଟି ସୃଜନୀ ବେହେରା ଜ୍ଞାନବିଜ୍ଞାନର ମେଳାର ଅନୁଭୂତି କଥନ ରଖିଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଶିଶୁମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ସଂକୁଳ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।








