Home ଓଡ଼ିଶା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୩୦ ଆହତ -୫ଟି...

ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୩୦ ଆହତ -୫ଟି ଟ୍ରେନର ରୁଟରେ ପରିବର୍ତ୍ତନ – ହେଲପ୍ଲାଇନ୍ ନଂ ଜାରି

283

ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) : ନିର୍ଗୁଣ୍ଡି ରେଳଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ୩୦ ଜଣ ଆହତ ହୋଇଛନ୍ତି ଏବଂ ଦୁର୍ଘଟଣା ପରେ ୫ଟି ଟ୍ରେନର ରୁଟରେ ପରିବର୍ତ୍ତନ ହୋଇଛି। ଇଷ୍ଟକୋଷ୍ଟ ରେଲେଓ୍ୱ ପକ୍ଷରୁ ଏ ନେଇ ହେଲପ୍ଲାଇନ୍ ନଂ ଜାରି କରାଯାଇଛି।

ତେବେ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳା ନରାଜ ବାଟ ଦେଇ ଯାତ୍ରା କରିବେ ବୋଲି ଜଣାଯାଇଛି। ତେଣୁ ପୁରୀ-ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ, ଧାନବାଦ-ଭୁବନେଶ୍ବର ରାଜ୍ୟରାଣୀ ଏକ୍ସପ୍ରେସ, ତାଳଚେର-ପୁରୀ ମେମୁ ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି।

ଇଷ୍ଟକୋଷ୍ଟ ରେଲେଓ୍ୱ ପକ୍ଷରୁ ଏ ନେଇ ଜାରୀ କରାଯାଇଥିବା ହେଲପ୍ଲାଇନ୍ ନଂ ଗୁଡ଼ିକ ହେଲା କଟକ- ୦୬୭୧୧୦୭୨, ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨, ପୁରୀ- ୦୬୭୫୨୧୦୭୨, ଭୁବନେଶ୍ବର ହେଡ୍‌ କ୍ବାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨

କଟକ ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ, ଏନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି, ଇଷ୍ଟକୋଷ୍ଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେପି ମିଶ୍ର ସୂଚନା ଦେଇଛନ୍ତି।

ରେଳ ଦୁର୍ଘଟଣାରେ ଆହତ ୧୦ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.