Home ଜିଲ୍ଲା ପରିକ୍ରମା ଷ୍ଟେଟ ବ୍ୟାଙ୍କ ବଜାର ବ୍ରାଞ୍ଚ ଶାଖା ପ୍ରବନ୍ଧକଙ୍କ ବିରୁଦ୍ଧରେ ଆସିଲା ଦୁର୍ବ୍ୟବହାର ଅଭିଯୋଗ – ଶାଖା...

ଷ୍ଟେଟ ବ୍ୟାଙ୍କ ବଜାର ବ୍ରାଞ୍ଚ ଶାଖା ପ୍ରବନ୍ଧକଙ୍କ ବିରୁଦ୍ଧରେ ଆସିଲା ଦୁର୍ବ୍ୟବହାର ଅଭିଯୋଗ – ଶାଖା ପ୍ରବନ୍ଧକଙ୍କ ମନୋମୁଖୀ କାର୍ଯ୍ୟ ନେଇ ସାଧାରଣ ହନ୍ତସନ୍ତ

484

ଟିଟିଲାଗଡ଼ ୪-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହରରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବଜାର ବ୍ରାଞ୍ଚ ମ୍ୟାନେଜରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି। ସମ୍ପୃକ୍ତ ବ୍ୟାଙ୍କ ପରିଚାଳିକା ନିୟମିତ ବ୍ୟାଙ୍କରେ ଉପସ୍ଥିତ ରହୁନଥିବା ବେଳେ ତାଙ୍କ ବ୍ୟବହାର ମଧ୍ୟ ଠିକ ରହୁନଥିବା ଅଭିଯୋଗ ହୋଇଛି। ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଟିଟିଲାଗଡ଼ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ।

ଉପଭୋକ୍ତାଙ୍କ ଅସୁବିଧାକୁ ନେଇ ଅନେକ ଦିନରୁ ବେପାରୀ ଭାଇମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସୁ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବେଳେ ସେମାନେ ନିଜ ସଙ୍ଘକୁ ଫେରାଦ କରିଥିଲେ। ବେପାରୀ ଭାଇଙ୍କ ଅଭିଯୋଗକୁ ନେଇ ସଭାପତିଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ଓ ଚେମ୍ବର ଅଫ କମର୍ସର ସଭାପତି ବ୍ୟାଙ୍କ ମ୍ୟାନେଜରଙ୍କ ପାଖକୁ ଯାଇ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ମ୍ୟାନେଜର ମେଡମ ତାଙ୍କ କୌଣସି କଥା ନ ଶୁଣି ରାଗି ଯାଇ ସେମାନଙ୍କୁ ତାଙ୍କ ଚେମ୍ବରରୁ ବାହାରି ଯିବାକୁ କହି ଥିଲେ ଓ ହଠାତ ନିଜ ପ୍ରକୋଷ୍ଠ ରୁ ବାହାରି ରେକର୍ଡ ରୁମରେ ଯାଇ ସେଠୁ ପୁଲିସକୁ ଫୋନ କରି ଡାକି ଥିଲେ। ତାଙ୍କ ଏହି ବ୍ୟବହାର ପ୍ରତିନିଧି ଦଳ ଓ ବ୍ୟାଙ୍କ ରେ ଥିବା ଅନ୍ୟ ଉପଭୋକ୍ତାଙ୍କୁ ବିସ୍ମୟ ରେ ପକାଇ ଥିଲା। ଉପଭୋକ୍ତାଙ୍କ ପାଇଁ ଯେଉଁ ସବୁ ନ୍ୟୁନତମ ସୁବିଧା ବ୍ୟାଙ୍କ ରେ ରହିବା କଥା ତନ୍ମଧ୍ୟରୁ ନିମ୍ନ ଲିଖିତ ସୁବିଧା ଯୋଗାଇ ଦେବାକୁ ନେଇ ସଙ୍ଘ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଥିଲା। ଯେପରି, କରୋନା ସମୟରେ ବ୍ୟାଙ୍କରେ ହାତ ସାନିଟାଇଜ ପାଇଁ ସାନିଟାଇଜର ବଦଳରେ ଡେଟଲ ପାଣିର ସୁବିଧା ରହିଛି। ବୟସ୍କ ଲୋକଙ୍କ ଓ ଦିବ୍ୟାଙ୍ଗ ମାନଙ୍କ ବସିବା ପାଇଁ ଚେୟାର ମଧ୍ୟ ନାହିଁ କି ଅନ୍ୟ କୌଣସି ସୁବିଧା ବି ନାହିଁ। ଏହି ପ୍ରବଳ ଖରାରେ ପିଇବା ପାଣିର ସୁବିଧା ମଧ୍ୟ ଗ୍ରାହକଙ୍କୁ ବ୍ୟାଙ୍କ କତ୍ତୃପକ୍ଷ ଯୋଗାଇ ଦେଇ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.