Home ଜିଲ୍ଲା ପରିକ୍ରମା ଷଠୀରେ ବିଶ୍ୱଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

ଷଠୀରେ ବିଶ୍ୱଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

56

ବାହାନଗା, ୭ା୩(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଗ୍ରାମରେ ରବିବାର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଯଜ୍ଞ ଅନୁଷ୍ଠାନ ପ୍ରାରମ୍ଭରେ ସକାଳେ ଘଟୋତ୍ତଳନ କରାଯାଇ ଖୁଦେଶ୍ୱର ମହାଦେବ ମନ୍ଦିର ପୋଖରୀରୁ ଏକ ଶୋଭା ଯାତ୍ରାରେ ଘଟବୁଡ଼ା ଯାଇ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଜ୍ଞ ଆରମ୍ଭ ହୋଇ ଥିଲ।। ଏବଂ ପ୍ରତ୍ୟେକ ବର୍ଷ ତାଙ୍କ ମାଧ୍ୟମରେ ଅନୁଷ୍ଠିତ ହୋଇ ଆସୁ ଅଛି । ଏହି ଯଜ୍ଞରେ ୧୦୦୮ ଆହୁତି ବିଷ୍ଣୁଙ୍କୁ ଦିଆ ଯାଇଥିଲା । ୧୦୮ ଆହୁତି ବାବା ଖୁଦେଶ୍ୱରଙ୍କୁ ଓ ଅନ୍ୟାନ୍ୟ ଦେବା ଦେବୀଙ୍କୁ ୧୦୮ଆହୁତି ଦିଆ ଯାଇଥିଲା । ଅପରାହ୍ନରେ ଯଜ୍ଞର ପୂର୍ଣହୁତି ପ୍ରଦାନ ଯାଇଥିଲା । ଏଥିରେ ଅଞ୍ଚଳରୁ ୨ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗ ଦେଇ ପ୍ରସାଦ ସେବନ କରିଥିଲୋ କାର୍ଯ୍ୟକ୍ରମକୁ ସଭାପତି ପୂର୍ଣ୍ଣେନ୍ଦୁ ଜେନା , ସମ୍ପାଦକ ଶରତ କୁମାର ସାମଲ, କୋଷାଧ୍ୟକ୍ଷ ନିରଞ୍ଜନ ପରିଡ଼ା, ଘନଶ୍ୟାମ ସାହୁ , ରଞ୍ଜନ ଦାସ, ଖଗପତି ଜେନା, ନରହରି ପ୍ରସାଦ ଜେନା , ସରୋଜ କୁମାର ରାଉତ , ପ୍ରଭାକର ମହାନ୍ତି, ଜୟନ୍ତ ଦଳେଇ, ପ୍ରଶାନ୍ତ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.