Home ଜିଲ୍ଲା ପରିକ୍ରମା ଶ୍ୱଶୁର ଘରେ ଝିଅକୁ ବିଭତ୍ସ ହତ୍ୟା କଲା ଜ୍ୱାଇଁ

ଶ୍ୱଶୁର ଘରେ ଝିଅକୁ ବିଭତ୍ସ ହତ୍ୟା କଲା ଜ୍ୱାଇଁ

129

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଥାନା ଅଂଚଳରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ତକିଆରେ ଶ୍ୱାସରୁଦ୍ଧ କରିବା ପରେ ଛୁରୀରେ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିବା ପୁଲିସ୍ ସାମ୍ନାରେ ମାନିଛି ସ୍ୱାମୀ । କିଛିଦିନ ଧରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିବାବେଳେ ସ୍ତ୍ରୀ ପୁର ପୁରୁଷ ସହ ସଂପର୍କ ଥିବା ସନ୍ଦେହ କରି ଏପରି ନୃଶଂସ ଭାବେ ହତ୍ୟା କରିଛି ନରପିଶାଚ ଅଭିଯୁକ୍ତ ସ୍ୱାମୀ ରବିନ୍ଦ୍ର ସିଂ । ସୂଚନା ଅନୁସାରେ ଆଗରପଡା ଥାନା ଅଧୀନ ବିଟିପୁର ପଂଚାୟତ ହଜାରିସାହିକୁ ନିଜ ଶଳାର ବିବାହ ଉତ୍ସବରେ ଯୋଗଦେବାକୁ ଆସି ଏକମାସ ହେବ ପରିବାର ସହ ରହିଆସୁଥିଲେ ଦୁଇ ଦମ୍ପତ୍ତି । ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଖାଇ ପିଇ ଶୋଇସାରିବା ପରେ ନିଜ ସ୍ତ୍ରୀ ଲକ୍ଷ୍ମୀ ସିଂ ଶୋଇପଡିଥିବା ବେଳେ ପ୍ରଥମେ କପଡାରେ ହାତଗୋଡ ଓ ମୁହଁରେ ରୁମାଲ ବାନ୍ଦି ତକିଆ ପକାଇ ଶ୍ୱାସରୁଦ୍ଧ କରିବା ପରେ ଏକ ଛୁରୀରେ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିବା ମାନିଛି ସ୍ୱାମୀ ରବିନ୍ଦ୍ର । ସେପଟେ ନିଜ ଝିଅ ଘର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଅନେକ ସମୟରେ କାରଣ ନଥାଇ ତାଙ୍କ ଝିଅକୁ ମାଡ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସିଥାନ୍ତି ଜ୍ୱାଇଁ ରବିନ୍ଦ୍ର । ଖବର ପାଇ ପୁଲିସ୍ ପହଞ୍ôଚ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ôଚ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇ ଦମ୍ପତ୍ତିଙ୍କ ଘର ଆଗ୍ରା ନର୍ଚ୍ଛିପୁର ଅଂଚଳରେ ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.